24 January 2017
10:32:50 AM
image
Sambad News
ରାଜନୀତି

ରାହୁଲ୍‌ଙ୍କ ମନ୍ତବ୍ୟ : ‘ମୋଦିଙ୍କୁ ଆସେନା, ମୋତେ ଆସେ’

By Sambad | Date: Jan 11 2017 7:32PM
ରାହୁଲ୍‌ଙ୍କ  ମନ୍ତବ୍ୟ : ‘ମୋଦିଙ୍କୁ ଆସେନା, ମୋତେ ଆସେ’

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବସମ୍ମୁଖରେ କଟାକ୍ଷ କରିବା ସମୟରେ ନିଜ ଅଜାଣତରେ ନିଜକୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ। ସେ ଦିଲ୍ଲୀଠାରେ ଏକ କଂଗ୍ରେସ ବୈଠକରେ ମୋଦି ଯୋଗ କରିପାରନ୍ତି ନାହିଁ ଏବଂ ମୁଁ  ଚାହିଁଲେ ତାଙ୍କଠାରୁ ଭଲ ଯୋଗ କରିପାରିବି ବୋଲି ମତ ଦେଇଛନ୍ତି।
 
ସେ କହିଛନ୍ତି,‘ ମୋଦି ସବୁବେଳେ ଯୋଗ କରନ୍ତି ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏକ ଯୋଗ କ୍ୟାମ୍ପ୍‌ରେ ସେ ଯୋଗ କରିବା ସମୟରେ ମୁଁ ଦେଖିଛି। ମୋଦି ଅନ୍ୟ ସବୁ ଯୋଗ ଠିକ୍‌ ଭାବେ କରିଥିଲେ ବି ସାମାନ୍ୟ ପଦ୍ମାସନ କରିପାରିଲେ ନାହିଁ। ଏପରିକି ଯୋଗ ଗୁରୁ ମୋତେ କହିଲେ ମୁଁ ଟିକେ ଧ୍ୟାନ ଦେଲେ ତାଙ୍କ ଠାରୁ ବେଶ ଭଲ ଯୋଗ କରି ପାରିବି।’
 
ରାହୁଲ୍‌ଙ୍କର ଏପରି ଏକ ପିଲାଳିଆ ମନ୍ତବ୍ୟ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଛୁଟିଦିନ ମନେଇବା ପରେ ପୁଣି ଥରେ ପିଲାଙ୍କ ପରି କଥା କହି ରାହୁଲଙ୍କ ପରି ଜଣେ ଅଭିଜ୍ଞ କଂଗ୍ରେସ ନେତା ଏବେ ବେଶ୍‌ ଚର୍ଚ୍ଚାରେ।