17 August 2017
7:10:21 PM
Sambad News
ରାଜନୀତି

ରାଜ୍ୟସଭାରେ ଶରଦ ଯାଦବଙ୍କ ସ୍ଥାନରେ ଜେଡିୟୁ ସଂସଦୀୟ ଦଳର ନେତା ହେବେ ଆରସିପି ସିଂହ

By Sambad | Date: Aug 12 2017 2:49PM
ରାଜ୍ୟସଭାରେ ଶରଦ ଯାଦବଙ୍କ ସ୍ଥାନରେ ଜେଡିୟୁ ସଂସଦୀୟ ଦଳର ନେତା ହେବେ ଆରସିପି ସିଂହ

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ସହିତ ବିଜେପିର ମେଣ୍ଟ ହେବା ପରେ ଶରଦ ଯାଦବଙ୍କ ଉପରକୁ ଆକ୍ରମଣ ଆରମ୍ଭ ହୋଇ ଯାଇଛି। ଜେଡିୟୁ ପ୍ରତିନିଧିମଣ୍ଡଳ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରି ଶରଦ ଯାଦବଙ୍କ ସ୍ଥାନରେ ଆରସିପି ସିଂହଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ନେତା ହେବେ ବୋଲି ଶନିବାର ପ୍ରସ୍ତାବ ଦେଇଛନ୍ତି। ଜେଡିୟୁର ପ୍ରସ୍ତାବକୁ ଭେଙ୍କୟା ନାଇଡୁ ମଞ୍ଜୁରୀ କରିଥିବା ଜଣାପଡ଼ିଛି। ଜେଡିୟୁର ପ୍ରତିନିଧି ମଣ୍ଡଳରେ ଜେଡିୟୁ ସାଂସଦ ହରିବଂଶ, ଆରସିପି ସିଂହ, ଅନିଲ ସାହାଣୀ, କୌଶଳେନ୍ଦ୍ର କୁମାର, ଜେଡିୟୁ ମହାସଚିବ ସଞ୍ଜୟ ଝା ଉପସ୍ଥିତ ଥିଲେ।