17 August 2017
7:01:51 PM
Sambad News
ରାଜନୀତି

ସମାଜବାଦୀ ପାର୍ଟିର ପୂର୍ବତନ ଏମ୍‌ଏଲ୍‌ସି ସରୋଜନୀ ଅଗ୍ରଓ୍ଵାଲ ବିଜେପିରେ ସାମିଲ

By Sambad | Date: Aug 12 2017 6:33PM
ସମାଜବାଦୀ ପାର୍ଟିର ପୂର୍ବତନ ଏମ୍‌ଏଲ୍‌ସି ସରୋଜନୀ ଅଗ୍ରଓ୍ଵାଲ ବିଜେପିରେ ସାମିଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପୂର୍ବତନ ଏମ୍‌ଏଲ୍‌ସି (ବିଧାନ ପରିଷଦ ସଦସ୍ୟ) ସରୋଜନୀ ଅଗ୍ରଓ୍ଵାଲ ଶନିବାର ବିଜେପିରେ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ ବିଜେପି ରାଜ୍ୟ ସଭାପତି କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତିରେ ଶ୍ରୀମତୀ ଅଗ୍ରଓ୍ଵାଲ ଭାଜପାରେ ସାମିଲ ହୋଇଥିଲେ। 

ବିଜେପି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପେଶାରେ ଡାକ୍ତର ଥିବା ସରୋଜନୀ ୧୯୯୫ରେ ସମାଜବାଦୀ ପାର୍ଟିରେ ଯୋଗଦେଇ ୧୯୯୬ରୁ ୨୦୧୦ ପର୍ଯ୍ୟନ୍ତ ଦଳର ରାଷ୍ଟ୍ରୀୟ ସଚିବ ଥିଲେ। ସେହିପରି ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ସେ ବିଧାନ ପରିଷଦ ସଦସ୍ୟ ଥିଲେ।