24 February 2017
10:36:32 PM
Sambad News
ରାଜନୀତି

ପଞ୍ଚାୟତି ନିର୍ବାଚନ: ୫ ପ୍ରତିଶତ ସଂରକ୍ଷଣ ଦାବି କଲା କିନ୍ନର ମହାସଂଘ

By Sambad | Date: Jan 12 2017 11:52AM
ପଞ୍ଚାୟତି ନିର୍ବାଚନ: ୫ ପ୍ରତିଶତ ସଂରକ୍ଷଣ ଦାବି କଲା କିନ୍ନର ମହାସଂଘ

ଭୁବନେଶ୍ୱର: କିନ୍ନରମାନଙ୍କ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ପାଇଁ ଅଲ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ  ମହାସଂଘ ପକ୍ଷରୁ ଦାବି ହୋଇଛି। ଆଜି ମହାସଂଘ ବ୍ୟାନରରେ  କିନ୍ନରମାନେ ଏକ ଶୋଭାଯାତ୍ରାରେ ଯାଇ ସରପଞ୍ଚ, ସମିତି ସଭ୍ୟ, ଓ୍ଵାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ସଦସ୍ୟ ପଦବି ପାଇଁ ହେବାକୁ ଥିବା  ନିର୍ବାଚନରେ ୫ ପ୍ରତିିଶତ କିନ୍ନର ମାନଙ୍କ ପାଇଁ ସଂରକ୍ଷିତ ରଖିବା ସମ୍ପର୍କରେ ଏକ ଦାବିପତ୍ର ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରଦାନ କରିଛନ୍ତି।