17 August 2017
7:08:13 PM
Sambad News
ରାଜନୀତି

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଭେଙ୍କୟା ନାଇଡୁ

By Sambad | Date: Aug 12 2017 5:16AM
ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ ,୧୧/୮ : ଏମ୍‌ ଭେଙ୍କୟା ନାଇଡୁ ଆଜି ଦେଶର ତ୍ରୟୋଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଏକ ବିଶାଳ ଆୟୋଜନ ମଧ୍ୟରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଙ୍କୟାଙ୍କୁ ଶପଥ ପାଠ କରାଇଛନ୍ତି। ନିଜସ୍ୱ ଷ୍ଟାଇଲ୍‌ରେ ସେ ଏକ ଧଳା ଲୁଙ୍ଗି ଏବଂ ଧଳା ସାର୍ଟ ପିନ୍ଧି ଭଗବାନଙ୍କ ନାମ ନେଇ ହିନ୍ଦିରେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେବା ପୂର୍ବରୁ ଭେଙ୍କୟା ପ୍ରଥମେ ରାଜ୍‌ ଘାଟରେ ମହାତ୍ମାଗାନ୍ଧୀଙ୍କୁ, ଡିଡିୟୁ ପାର୍କରେ ଦିନ ଦୟାଲ ଉପାଧ୍ୟାୟଙ୍କୁ ଏବଂ ପଟେଲ ଚୌକରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଭେଙ୍କୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ  ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୋଦି କହିଛନ୍ତି ଭେଙ୍କୟା ଜଣେ ଚଷା ପୁଅ ଏବଂ ସେ ସବୁବେଳେ ଅଭାବୀଙ୍କ ସ୍ୱାର୍ଥକୁ ନଜରରେ ରଖି କାମ କରିଛନ୍ତି। ତେବେ ଜଣେ ଚଷା ପୁଅ ଭାବେ ଉପରାଷ୍ଟ୍ରପତି ହୋଇଥିବାରୁ ନିଜକୁ ଖୁବ୍‌ ଗର୍ବିତ ଅନୁଭବ କରିଛନ୍ତି ଭେଙ୍କୟା ଏବଂ ତାଙ୍କ ଉପରେ ଭରସା ରଖିଥିବା ସମସ୍ତଙ୍କ ନିକଟରେ ସେ କୃତଜ୍ଞ ବୋଲି କହିଛନ୍ତି। ନିଜକୁ ଜଣେ ସର୍ବ ଦଳୀୟ ସଦସ୍ୟ କହି ସେ ନିଜର ଦାୟିତ୍ୱ ରାଜନୀତିରୁ ବହୁ ଊର୍ଦ୍ଧ୍ୱରେ ବୋଲି କହିଛନ୍ତି।