29 April 2017
9:03:55 AM
image
Sambad News
ପୁରୀ

ଦୁର୍ଘଟଣାରେ ହରିଣ ଆହତ

By Sambad | Date: Jan 11 2017 1:24PM
ଦୁର୍ଘଟଣାରେ ହରିଣ ଆହତ

 
ପୁରୀ: ଆଜି ପୁରୀ-କୋଣାର୍କ ରାସ୍ତାରେ  ବନବିଭାଗ ଏକ ଆହତ ହରିଣ ଉଦ୍ଧାର କରିଛି। ବାଲୁଖଣ୍ଡ ବନାଞ୍ଚଳ ଅଧିକାରୀ ଏହି ୬ ମାସର ହରିଣଟିକୁ ଉଦ୍ଧାର କରି ଚିକିତ୍ସା କରିଛନ୍ତି। ହରିଣଟିର ପିଠିରେ ଗଭୀର କ୍ଷତ ଲାଗିଥିବା ବେଳେ ବର୍ତ୍ତମାନ ହରିଣଟିର ଅବସ୍ଥା ଭଲ ଥିବା ବନବିଭାଗ ସୂତ୍ରରୁ ପ୍ରକାଶ।
ସୂଚନା ଯୋଗ୍ୟ ଯେ ଗତକାଲି ମା ବାଟମଙ୍ଗଳାମନ୍ଦିର ପରିସରରୁ ବନବିଭାଗ ଏକ ହରିଣ ଉଦ୍ଧାର କରିଥିଲା। ଏହି ହରୀଣଟି ଖାଦ୍ୟ ଅନେ୍ଵଷଣରେ ଗତକାଲି ଗାଁ ଭିତରକୁ ପଶିଆସିଥିଲା। ପରେ ତାକୁ ମା ବାଟମଙ୍ଗଳା ମନ୍ଦିର ପରିସରରେ  ରଖାଯାଇଥିଲା।
 
 
 

image