28 March 2017
7:23:13 PM
Sambad News
ପୁରୀ

ନିଷିଦ୍ଧାଞ୍ଚଳରୁ ବୋଟ୍‌ ଜବତ : କମ ଦାମରେ ନିଲାମ ହେଲା ମାଛ

By Sambad | Date: Jan 12 2017 1:56AM
ନିଷିଦ୍ଧାଞ୍ଚଳରୁ ବୋଟ୍‌ ଜବତ : କମ ଦାମରେ ନିଲାମ ହେଲା ମାଛ

ଅସ୍ତରଙ୍ଗ : ଅସ୍ତରଙ୍ଗ ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ବନ ବିଭାଗ ଦ୍ୱାରା ଗତକାଲି ଜବତ ହୋଇଥିବା ବୋଟ୍‌ରୁ ମାଛ ଆଜି ନୂଆଗଡ଼ ଠାରେ ନିଲାମ ହୋଇଛି। ତେବେ ବିଭିନ୍ନ ପ୍ରଜାତିର ୨କ୍ୱିଣ୍ଟାଲ ମାଛ ବଜାର ମୂଲ୍ୟ ଠାରୁ ଅତି କମ୍‌ ମୂଲ୍ୟରେ ନିଲାମ ହୋଇଛି।  ଏହି ବାବଦକୁ ୧୫,୮୦୦ ଟଙ୍କା ଆସିଛି।  ଅନ୍ୟ ପକ୍ଷରେ ଅଟକ ବୋଟ୍‌ ଆସନ୍ତାକାଲି ପାରାଦୀପକୁ ପଠାଇ ଦେବା ପାଇଁ ବନ୍ଦୋବସ୍ତ ହୋଇଥିବା ସୂଚନା ମିଳିଛି। ନୂଆଗଡ଼ ଜେଟିରେ ମତ୍ସ୍ୟ ବିଭାଗର କେତେକ ଅଫିସର୍‌ ଓ କିଛି ମାଛ ମାଫିଆଙ୍କ ସଲା ସୁତୁରାରେ ମାଛକୁ ଅତ୍ୟନ୍ତ କମ୍‌ ମୂଲ୍ୟରେ ରାତିଅଧିଆ ନିଲାମ କକରାଯାଉଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ନାମ ଗୋପନ ରଖି ସୂଚନା ଦେଇଛନ୍ତି। କେବଳ ଏହି ବୋଟ୍‌ ନୁହେଁ, ବର୍ଷକୁ ଯେତେ ବୋଟ୍‌ ସବୁ ଜବତ ହେଉଛି, ସେଥିରୁ ମାଛ ନିଲାମ ବାବଦକୁ ଏକ ବଡ ଅଂଶ  ରାଜସ୍ୱ ସରକାରୀ ଖାତାକୁ ନଆସି କେତେକ ନ୍ୟସ୍ତସ୍ୱାର୍ଥ  ଲୋକଙ୍କ ହାତକୁ ଯାଉଛି।