27 June 2017
2:09:01 PM
image
Sambad News
ରାଜ୍ୟ

ଟ୍ରଲିରେ ଶବବୁହା ଘଟଣା : ଜିଲ୍ଲାପାଳ ଓ ପୁଲିସକୁ ରିପୋର୍ଟ ତଲବ

By Sambad | Date: Jan 12 2017 6:54AM
ଟ୍ରଲିରେ ଶବବୁହା ଘଟଣା : ଜିଲ୍ଲାପାଳ ଓ ପୁଲିସକୁ ରିପୋର୍ଟ ତଲବ

ପୁରୀ : ମଙ୍ଗଳବାର ରାତିରେ ପୁରୀ ବଡ଼ ଡାକ୍ତରଖାନାରୁ ସ୍ୱର୍ଗଦ୍ଵାର ପର୍ଯ୍ୟନ୍ତ ଟ୍ରଲିରେ ଶବ ବୁହା ଘଟଣାରେ ଜାତୀୟ ମାନବାଧିକାର କମିସନ ହସ୍ତକ୍ଷେପ କରିଛନ୍ତି। କମିସନ ପୁରୀ ଜିଲ୍ଲାପାଳ ଓ ରେଳବାଇ ଆଇଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ଘଟଣା ଉପରେ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରୟାଣ ଯୋଜନା ଜିଲ୍ଲରେ କାର୍ଯ୍ୟକ୍ଷମ ଥିବା ବେଳେ କାହିଁକି ଟ୍ରଲିରେ ଶବ ବୁହା ହେଲା ତାହାର କାରଣ ଦର୍ଶାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ତେବେ ମୃତକଙ୍କ ପରିଜନ ବାଉଁଶରେ କୋକେଇ ବାନ୍ଧି ସ୍ୱର୍ଗଦ୍ଵାର ପର୍ଯ୍ୟନ୍ତ ବୋହିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ କେତେକ ତାଙ୍କୁ ଟ୍ରଲିରେ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ଏଣୁ ଏହା ଏକପ୍ରକାର ଯୋଜନାବଦ୍ଧ ବୋଲି ଚର୍ଚ୍ଚା ହେଉଛି। ସିନ୍ଧୱାନା ଜିଲ୍ଲାର ପାଖାପାଖି ୬୦ ତୀର୍ଥଯାତ୍ରୀ ପୁରୀ ଆସିଥିଲେ। ତାଙ୍କ ଭିତରେ ଥିବା ହାରାୟତ ଗାଁର ଦୂର୍ନୀ ବନ୍ଦେବାଡ଼(୫୫)ଙ୍କ ଗତକାଲି ମୃତ୍ୟୁ ହେବା ପରେ ତାଙ୍କୁ ଟ୍ରଲିରେ ଦାହ ପାଇଁ ସ୍ୱର୍ଗଦ୍ୱାର ନିଆଯାଉ ଥିଲା।  ଖବର ପାଇ ଉପଜିଲ୍ଲାପାଳ ମଧୁସୂଦନ ଦାଶ ଶବକୁ ଅଧା ବାଟରୁ ସ୍ୱର୍ଗ ଦ୍ୱାର ନେବା ପାଇଁ ଆମ୍ବୁଲାନ୍‌ସ ବ୍ୟବସ୍ଥା କରିଥିଲେ।