19 August 2017
5:25:00 AM
Sambad News
ପୁରୀ

ପୁରୀ: ହୃଦ୍‌ଘାତରେ ଫଟୋ ସାମ୍ବାଦିକଙ୍କ ପରଲୋକ

By Sambad | Date: Jan 10 2017 11:24AM
ପୁରୀ: ହୃଦ୍‌ଘାତରେ ଫଟୋ ସାମ୍ବାଦିକଙ୍କ ପରଲୋକ

ପୁରୀ: ପୁରୀର ଜଣାଶୁଣା ଫଟୋ ସାମ୍ବାଦିକ ଦେବାଶିଷ ସିହ୍ନାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଶ୍ରୀ ସିହ୍ନା  ଏକ ଦୈନିକ ସମ୍ବାଦପତ୍ରର ପୁରୀ ଜିଲ୍ଲା ପାଇଁ ଫଟୋ ସାମ୍ବାଦିକଭାବେ କାର୍ଯ୍ୟ କରୁଥିଲେ।
ଆଜି ସକାଳେ ଶ୍ରୀ ସିହ୍ନା ବାଥରୁମ୍‌ ଯାଇଥିବା ବେଳେ ଭିତରେ ପଡ଼ିଯାଇଥିଲେ। ପ୍ରାୟ ୧ ଘଣ୍ଟା ଧରି ସେ ବାଥରୁମ୍‌ରୁ ନ ବାହାରିବାରୁ ସନ୍ଦେହରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।