29 March 2017
10:52:09 AM
Sambad News
ରାୟଗଡ଼ା

ପ୍ରେମ ବ୍ୟାପାରକୁ ନେଇ ଘର ଭଙ୍ଗା : ବିପନ୍ନ ପରିବାରକୁ ସହାୟତା

By Sambad | Date: Dec 24 2016 10:42AM
ପ୍ରେମ ବ୍ୟାପାରକୁ ନେଇ ଘର ଭଙ୍ଗା : ବିପନ୍ନ ପରିବାରକୁ ସହାୟତା


କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଅନ୍ତର୍ଗତ ଇରିପିପୁଟ ଗାଁରେ ଦୁଇଟି ଭିନ୍ନ ସମ୍ପ୍ରଦାୟ  ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗତ ଜୁଲାଇ ୧୭ରେ  ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଜଟିଳ ହେବା ସହ ଗଣ୍ଡଗୋଳ ଘଟି  ୪୨ଟି ପରିବାର ଘର ଭାଙ୍ଗି ଯାଇଥିଲା। ଏହି ଘଟଣାରେ ବିପନ୍ନ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଘଟଣାରେ ସରକାରଙ୍କ ପକ୍ଷରୁ ୮.୪୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପ୍ରତି ପରିବାକୁ ଚେକ ଆକାରରେ ପ୍ରଦାନ  କରାଯାଇଥିବା ଭାରପ୍ରାପ୍ତ ତହସିଲଦାର ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେ ସମୟରେ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଆଲୋଚନା କରି ଶାନ୍ତି କମିଟି ଗଠନ କରିଥିଲା। ଅପରପକ୍ଷରେ ମିଳିଥିବା ସହାୟତା ସମୁଦ୍ରକୁ ଖଙ୍ଖେ ସଦୃଶ୍ୟ ବୋଲି ଗାଁର ଲବ କୌଶଲ୍ୟା, ଲଛମା କୌଶଲ୍ୟା, ପାର୍ବତୀ କୌଶଲ୍ୟା, ଯୋଗେଶ୍ୱର କୌଶଲ୍ୟା ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି।