29 April 2017
6:52:30 PM
image
Sambad News
ରାୟଗଡ଼ା

ଟ୍ରାକ୍ଟର ଓଲଟି ଦୁଇ ମୃତ

By Sambad | Date: Dec 29 2016 10:44AM
ଟ୍ରାକ୍ଟର ଓଲଟି ଦୁଇ ମୃତ

ରାୟଗଡା:ରାୟଗଡା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭର ସହ ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ନବରଙ୍ଗପୁର ଜିଲ୍ଲା ଖିଲାପଦରଗୁଡା ଗ୍ରାମର ଦିବାକର ମାଝି(୪୫)। ସେହିପରି ଶ୍ରମିକ ଜଣକ କାଶୀପୁର ବ୍ଲକ ଦୋରାଗୁଡା ଥାନା ଭେଦାପଦର ଗ୍ରାମର ଖଗପତି ମାଝି(୨୫) ବୋଲି ଜଣାପଡିଛି।
   

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ୧୨ଟା ବେଳେ ମାଲିଗାଁ କ୍ରସରରୁ ଏହି ଟ୍ରାକ୍ଟର (ଓଆର୧୮ଏ୨୧୯୧)ଟି ମାଲିକ ଘର କୋତାପେଟାକୁ ଫେରୁଥିଲା। ତେବେ ମାଲିଗାଁ ନିକଟରେ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟରଟି ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଡାଲାତଳେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ଏ ସଂପର୍କରେ କୋତାପେଟା ଗ୍ରାମର ବି.ରମେଶ ଚାନ୍ଦିଲି ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଂପର୍କୀୟ ଆସି ନ ଥିବାରୁ ମୃତଦେହକୁ ମେଡିକାଲ ଶବ ସଂରକ୍ଷଣ କକ୍ଷରେ ରଖାଯାଇଥିବା ପୁଲିସ କହିଛି। ଏହି ଘଟଣାରେ ଚାନ୍ଦିଲି ଥାନା ଏଏସ୍‌ଆଇ ସନ୍ତୋଷ କୁମାର ସାହୁ ତଦନ୍ତ କରୁଛନ୍ତି।

image