23 August 2017
11:16:42 PM
image
Sambad News
ରାଜ୍ୟ

ଇରାନୀ ମହିଳାଙ୍କୁ ଜେଲ୍‌ଦଣ୍ଡ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

By Sambad | Date: Dec 31 2016 1:16AM
ଇରାନୀ ମହିଳାଙ୍କୁ ଜେଲ୍‌ଦଣ୍ଡ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

ରାୟଗଡ଼ା : ଏକ ଶିଶୁବୁଡ଼ି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରିଜନ୍‌ ଫାଉଣ୍ଡେସନର ମୁଖ୍ୟ ତଥା ଇରାନୀ ମହିଳା ନର୍ଗିସ ଆଷ୍ଟାରୀଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓଡ଼ିଶା ସରକାରଙ୍କୁ  ରିପୋର୍ଟ ମଗାଯାଇଥିବା ସଂପର୍କରେ ଟୁଇଟ୍‌ କରିଛନ୍ତି। 
 
ଘଟଣାରୁ ପ୍ରକାଶ ୨୦୧୪ ନଭେମ୍ବର ୩  ତାରିଖରେ ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁରରେ ଥିବା ପ୍ରିଜନ ଫାଉଣ୍ଡେସନର ପରିଚାଳିକା ନର୍ଗିସ ଆଶ୍ରମର ୨୬ ଜଣ ପିଲାଙ୍କୁ ନାଗାବଳୀ ନଦୀର  ଝୁଲା ପୋଲ ଦେଖାଇବାକୁ  ନେଇଥିଲେ। ଆଶ୍ରମର ରାତ୍ର ଜଗୁଆଳି  ପିଟର ଜିଲାକାରାଙ୍କ ୮ ବର୍ଷର ପୁଅ ଅସୀମ ଜିଲାକାରା ଏହି ପିଲାମାନଙ୍କ ସହ ଯାଇଥିଲେ। ତେବେ ଅସୀମ ନଦୀରେ ନିଖୋଜ ହୋଇଯାଇଥିଲେ। ଆଷ୍ଟାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଶିଶୁଟି ନିଖୋଜ ହେଲା ବୋଲି ଅଭିଯୋଗ କରି ପିଟର ଥାନାରେ ଏତଲା ଦେଇଥିଲେ। ରାୟଗଡ଼ା ଏସ୍‌ଡିଜେଏମ କେର୍ଟ ମାମଲାର ବିଚାର କରି ୨୦୧୬ ଡିସେମ୍ବର ୫ ତାରିଖ ଦିନ ରାୟ ପ୍ରକାଶ କରିଥିଲେ। 
 
ଆଷ୍ଟାରୀଙ୍କୁ ଦୋଷୀ ସାବ୍ୟସ୍ତ କରି  ୧ବର୍ଷ ଜେଲଦଣ୍ଡ ଏବଂ ମୃତ ଶିଶୁର ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାୟରେ ଦର୍ଶାଇଥିଲେ। ତେବେ ସେହିଦିନ ନର୍ଗିସ ଜିଲ୍ଲା ଦୈାରାଜଜ୍‌ କୋର୍ଟରୁ ଜାମିନ୍‌ ପାଇବାରେ ସକ୍ଷମ ହୋଇଥିଲେ। ଏହି ଘଟଣାକୁ ନେଇ ନର୍ଗିସ  ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ଜରିଆରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓଡ଼ିଶା ସରକାରଙ୍କୁ ନର୍ଗିସ ସଂପର୍କରେ ରିପୋର୍ଟ ମାଗିଛନ୍ତି। ଏହାକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ତତ୍ପରତା ହୋଇଥିବା ଜଣାପଡ଼ିଛି। 
 
ସୂଚନାଯୋଗ୍ୟଯେ  ମୁକୁନ୍ଦପୁର ଠାରେ ଥିବା ପ୍ରିଜନ ଫାଉଣ୍ଡେସନରେ ବେଆଇନ୍‌ କାର୍ଯ୍ୟ ଚାଲୁଥିବା ଅଭିଯୋଗ ସହ ନାଗାବଳୀ ନଦୀରେ ଶିଶୁ ନିଖୋଜ ଭଳି କିଛି ଘଟଣାକୁ ନେଇ ନର୍ଗିସ ବିବାଦୀୟ ହୋଇପଡ଼ିଥିଲେ। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଉକ୍ତ ସଂସ୍ଥାକୁ ବନ୍ଦ କରି ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ। ବର୍ତ୍ତମାନ ଏ ସଂପର୍କରେ ରିପୋର୍ଟ ଦେବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।