21 January 2017
4:10:50 PM
image
Sambad News
ରାୟଗଡ଼ା

ଆରମ୍ଭ ହେଲା ପଲିଥିନ୍‌ ଚଢାଉ

ପ୍ରଥମ ଦିନରେ ୧୫ କେଜି ଜବତ, ୨୬ ,୫୦୦ ଜରିମାନା ଆଦାୟ

By Sambad | Date: Jan 3 2017 6:11AM
ଆରମ୍ଭ ହେଲା ପଲିଥିନ୍‌ ଚଢାଉ

ରାୟଗଡା: ରାୟଗଡା ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଆଜିଠାରୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରାଯାଇଛି। ପୌରସଂସ୍ଥା ଏବଂ ପୁଲିସ ମିଳିତ ଭାବେ ଆଜି ଆରକେ ନଗର ପୌରସଂସ୍ଥା ମାର୍କେଟ କଂପ୍ଲେକ୍ସରୁ  ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଆରକେ ନଗର, ରୟତ କଲୋନି ଏବଂ କସ୍ତୁରୀ ନଗର ପର୍ଯ୍ୟନ୍ତ କରାଯାଇଥିଲା । ଚଢାଉ ବେଳେ ୧୯ ଜଣଙ୍କଠାରୁ ୧୫ କିଲୋଗ୍ରାମ ପଲିଥିନ ଜବତ କରାଯାଇଥିବା ବେଳେ ୨୬ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ଏହି ଚଢାଉରେ ପୌରସଂସ୍ଥାର ଏସ୍‌ଆଇ ବିପିନ ବିଷୋୟୀ, ପୁଲିସ ଏବଂ ପୌରସଂସ୍ଥାର ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଆସନ୍ତାକାଲି ସହରର ଅନ୍ୟ ଅଞ୍ଚଳରେ ଚଢାଉ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି। ଅପରପକ୍ଷରେ ୫୦ ମାଇକ୍ରୋନରୁ ଅଧିକ ଗୁଣବତାର ପଲିଥିନ ମଧ୍ୟ ଜବତ କରାଯାଇଥିବାରୁ ଏହାକୁ ବେପାରୀମାନେ ବିରୋଧ କରିଛନ୍ତି। ପଲିଥିନ ବ୍ୟବହାର ପାଇଁ ପୌରସଂସ୍ଥା ଏବଂ ପ୍ରଦୂଷଣ ବୋର୍ଡ ନିକଟରେ ପଂଜିକରଣ କରାନଯିବା ପର୍ଯ୍ୟନ୍ତ ଏଭଳି ଚଢାଉ କରି ଜବତ କରାଯିବ ବୋଲି ଶ୍ରୀ ପାଟ୍ଟଯୋଶୀ କହିଛନ୍ତି।