18 January 2017
7:34:15 PM
Sambad News
ରାୟଗଡ଼ା

ନାଳରୁ ଅଜଣା ଶବ ଉଦ୍ଧାର

By Sambad | Date: Jan 5 2017 10:41AM
ନାଳରୁ ଅଜଣା ଶବ ଉଦ୍ଧାର

ବିଷମକଟକ/ ହାଟମୁନିଗୁଡ଼ା/ ମୁନିଗୁଡ଼ା,୪/୨(ଇମିସ): ବିଷମକଟକ ବ୍ଲକ ହାଟମୁନିଗୁଡା ସ୍ଥିତ ଏକ ନାଳ ମଧ୍ୟରୁ ଅଖା ବାସ୍ତାରେ ବନ୍ଧା ହୋଇ ପଡିଥିବା ଜଣକ ଶବ ଉଦ୍ଧାର କରାଯାଇଛି।  ସଂଧ୍ୟାରେ ଏହି ବସ୍ତାରେ ଭର୍ତି ହୋଇଥିବା ଶବ ବାହାରକୁ କଢାଯାଇଥିବା ବେଳେ ମୃତଙ୍କ ପରିଚୟ ମିଳିପାରି ନାହିଁ। ବାସ୍ତା ମଧ୍ୟରେ ସାମାନ୍ୟ ଶରୀର ବାହାରକୁ ବାହାରି ରହିଥିବା ବେଳେ ସ୍ଥାନୀୟ କିଛି ଲୋକ ପ୍ରଥମେ ଦେଖିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ।

ମୁନିଗୁଡା ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗଳିତ ଅବସ୍ଥାରେ ଥିବା ଶବକୁ ଉଦ୍ଧାର କରିଛି। ମୃତକଙ୍କ ବୟସ ୪୦ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ସେ ଜଣେ ମହିଳା ହୋଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଶବ ଏଠାକୁ କେମିତି ଆସିଲା ଏବଂ ମୃତ୍ୟୁ କିଭଳି ହେଲା ସେନେଇ କିଛି ଜଣାପଡୁ ନାହିଁ। ତେବେ କେହି ହତ୍ୟା କରିବା ପରେ ଶବକୁ ଏଠାରେ ଫୋପାଡି ଦେଇଥିବା ନେଇ କୁହାଯାଉଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।