20 February 2017
12:22:26 AM
Sambad News
ରାୟଗଡ଼ା

ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ

By Sambad | Date: Jan 6 2017 12:45AM
ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ
Photo by : Sambad.in

ଗୁଣପୁର : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡା ସୁରକ୍ଷା ମଧ୍ୟରେ ଗୁଣପୁର ଏଡିଜେ କୋର୍ଟରେ ହାଜର କରାଯାଇଛି। ସବ୍ୟସାଚୀଙ୍କ ବିରୋଧରେ ଥିବା ୨୧ଟି ମାମଲାର ବିଚାର ପ୍ରକ୍ରିୟା ନିମନ୍ତେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଓକିଲ ଭାବେ ନିଯୁକ୍ତ ହୋଇଥିବା ଉମାଚରଣ ପଟ୍ଟନାୟକ ସିଆରପିସି ୨୨୬ ଅନୁଯାୟୀ ସମସ୍ତ ତଥ୍ୟ ଥିବା ଦର୍ଶାଇ ଚାର୍ଜ ଫ୍ରେମ୍‌ ନିମନ୍ତେ ପିଟିସନ ଦାଖଲ କରିଥିଲେ।

ତେବେ ସବ୍ୟସାଚୀଙ୍କ ପକ୍ଷରୁ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଉପରୋକ୍ତ ୨୧ଟି ମାମଲାରେ ସବ୍ୟସାଚୀ ସଂପୃକ୍ତ ନଥିବା ଦର୍ଶାଇଥିବାରୁ ଆସନ୍ତା ୧୧ତାରିଖ ଦିନ ପରବର୍ତୀ ଶୁଶାଣି କରି ଉଭୟ ପକ୍ଷର ଓକିଲଙ୍କୁ ପକ୍ଷ ରଖିବାକୁ ଏଡିଜେ ରମାନାଥ ପଣ୍ଡା ଶୁଣାଣି କରିଥିଲେ। ଗୁଣପୁର ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଅପରାହ୍ନ ପ୍ରାୟ ଗୋଟାଏରେ ସବ୍ୟସାଚୀଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଆସନ୍ତା ୧୧ତାରିଖରେ ସବ୍ୟସାଚୀ ପୁଣିଥରେ ହାଜର ହେବେ ବୋଲି ସୂଚନା ମିଳିଛି।