20 August 2017
11:21:27 AM
Sambad News
ରାଜ୍ୟ

ଇତିଶ୍ରୀ ହତ୍ୟା ମାମଲା : ଦଣ୍ଡସେନାଙ୍କ ନାର୍କୋ ଟେଷ୍ଟ ହେବ

ଗୁଜୁରାଟ ନେଲା ସିବିଆଇ

By Sambad | Date: Jan 6 2017 5:40AM
ଇତିଶ୍ରୀ ହତ୍ୟା ମାମଲା : ଦଣ୍ଡସେନାଙ୍କ ନାର୍କୋ ଟେଷ୍ଟ ହେବ

ରାୟଗଡ଼ା : ଶିକ୍ଷା ସହାୟିକା  ଇତିଶ୍ରୀ  ପ୍ରଧାନ ହତ୍ୟା ମାମଲାରେ କୋରାପୁଟ ଜେଲରେ ଥିବା ତତ୍କାଳୀନ ସ୍କୁଲ୍‌ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କ ନାର୍କୋଟିକ୍‌ ପରୀକ୍ଷା ପାଇଁ ସିବିଆଇ ଗୁଜୁରାଜ ନେଇଯାଇଥିବା ଜଣାପଡ଼ିଛି। ଏଥିପାଇଁ ଗତ ଶନିବାରଠାରୁ ତାଙ୍କୁ ଗୋପନୀୟ ଭାବେ ଜେଲରୁ ସିବିଆଇ ନେଇ ସାରିଥିବା ବେଳେ ସିବିଆଇର ଏଭଳି ଲୁଚାଛପା ଉଠାଇନେବା ଘଟଣାକୁ ଶ୍ରୀ ଦଣ୍ଡସେନାଙ୍କ ଓକିଲ ବିଷ୍ଣୁପ୍ରସାଦ ପଣ୍ଡା ଦୃଢ଼ ବିରୋଧ କରିଛନ୍ତି।
 
ଗତ ଶନିବାର ସିବିଆଇର ୪ ଜଣିଆ ଟିମ୍‌ କୋରାପୁଟରେ ପହଞ୍ଚିଥିଲା। ଜିଲ୍ଲା କାରାଗାର ଯାଇ ସେଠାରୁ ଆଜୀବନ କଏଦୀ ଶ୍ରୀ ଦଣ୍ଡସେନାଙ୍କୁ ନେଇ ଯାଇଥିଲା। ଉଲ୍ଲେଖଯୋଗ୍ୟ, ନେତ୍ରାନନ୍ଦଙ୍କ ନାର୍କୋଟିକ୍‌ ଟେଷ୍ଟ ପାଇଁ ସିବିଆଇ ଗତ ଅଗଷ୍ଟ ମାସରେ ରାୟଗଡ଼ା କୋର୍ଟରେ ଆବେଦନ କରିବା ବେଳେ ନେତ୍ରାନନ୍ଦ ଯେ କୌଣସି ପରୀକ୍ଷାର ସମ୍ମୁଖୀନ ପାଇଁ ପ୍ରସ୍ତୁତ ବୋଲି କହିବା ସହ ତାଙ୍କୁ ଯାତ୍ରା ବେଳେ ସହାୟକ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସାମ୍ପ୍ରତିକ ସ୍ଥିତିରେ ସିବିଆଇ ନେତ୍ରାନନ୍ଦଙ୍କ ଓକିଲ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ନଜଣାଇ ନେଇଯାଇଛି।