20 August 2017
11:38:57 AM
Sambad News
ରାୟଗଡ଼ା

ବାଇକ୍‌-ଟାଟା ମ୍ୟାଜିକ୍‌ ଧକ୍କା: ଜଣେ ମୃତ,୨ ଗୁରୁତର

By Sambad | Date: Jan 6 2017 10:37AM
ବାଇକ୍‌-ଟାଟା ମ୍ୟାଜିକ୍‌ ଧକ୍କା: ଜଣେ ମୃତ,୨ ଗୁରୁତର


ରାୟଗଡା/ମୁକୁନ୍ଦପୁର: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ରେଖାପଦର ନିକଟରେ ବାଇକ୍‌ ସହ ଟାଟା ମ୍ୟାଜିକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ମନ୍ମଥ ହାରକା(୨୫) ବୋଲି ଜଣାପଡିଛି। ଗୁରୁତର  ହୋଇଥିବା ନିରଂଜନ ମାଣ୍ଡାଙ୍ଗି(୨୫) ଓ ସୁଶାନ୍ତ ହାରକା(୨୬)ଙ୍କୁ ଚିକିତ୍ସା ପାଇଁ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆହତଙ୍କୁ ମେଡିକାଲ ସ୍ଥାନାନ୍ତର ପାଇଁ ୧୦୮କୁ ଫୋନ କରାଯାଇଥିଲା। ଆମ୍ବୁଲାନସ ନ ଆସିବାରୁ ସାମାନ୍ୟ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଏକ ଗାଡିରେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲା।
 

ମିଳିଥିବା ସୂଚନା ଅନୁସାରେ ଭୋଇମଡା ଗ୍ରାମର ତିନି ଜଣ ଯୁବକ କୋଲନରାରୁ ନିଜ ଗ୍ରାମକୁ ଏକ ବାଇକ୍‌ରେ(ଓଆର ୧୮ ୪୭୬୯ )ଫେରୁଥିଲେ।  ଅପରାହ୍ନ ପ୍ରାୟ ୫ଟା ବେଳେ ରେଖାପଦର ନିକଟରେ ବିପରୀତ ଦିଗରୁ ଆସୁଥିବା ଟାଟା ମ୍ୟାଜିକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଟାଟା ମ୍ୟାଜିକ୍‌ଟି ମଧ୍ୟ ଭୋଇମଡା ଗ୍ରାମର ବୋଲି ଜଣାପଡିଛି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ବିଡି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ଚାନ୍ଦିଲି ଆଇଆଇସି ଉଦୟ ନାଥ ସେଠୀ କହିଛନ୍ତି।