27 June 2017
5:51:43 AM
image
Sambad News
ରାୟଗଡ଼ା

ରାୟଗଡାରେ ଚତୁର୍ବେଦ ଯଜ୍ଞ ରଥ

By Sambad | Date: Jan 12 2017 11:29AM
ରାୟଗଡାରେ ଚତୁର୍ବେଦ ଯଜ୍ଞ ରଥ

ରାୟଗଡା: ରାୟଗଡା ସହରର ଇନ୍ଦିରା ନଗର ଛକ ରାଧାକୃଷ୍ଣ ମନ୍ଦିରରେ ଚତୁର୍ବେଦ ଯଜ୍ଞ ରଥ ଆସି ପହଞ୍ଚିଛି। ଗତକାଲି ରାତିରେ ଏହି ରଥ ରାୟଗଡାରେ ପହଞ୍ଚିଥିବା ବେଳେ କୀର୍ତ୍ତନ ଏବଂ ହୁଳୁହୁଳିରେ ସ୍ୱାଗତ କରାଯାଇଥିଲା।  ସକାଳେ ହୋମଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇଥିଲା। ଏହି ରଥ ଯେଉଁ ସ୍ଥାନରେ ଥିବ ସେଠାରେ ସୂର୍ଯ୍ୟୋଦୟ ପୂର୍ବରୁ ବିଷ୍ଣୁସହସ୍ରନାମ ଓ ଗୀତା ପାଠ, ସଂକ୍ଷିପ୍ତ ବେଦଯଜ୍ଞ କରାଯାଇଥାଏ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଯଜ୍ଞରଥ ରହୁଥିବା ସହରରେ ବେଦଚର୍ଚ୍ଚା ଓ ବେଦପାଠ କାର୍ଯ୍ୟକ୍ରମ ରହିଛି। ସେହିପରି ଚତୁର୍ବେଦ ଯଜ୍ଞ ରଥ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ।