18 January 2017
7:06:06 AM
Sambad News
ରାଜ୍ୟ

ହୀରାକୁଦ ବନ୍ଧ ସୁରକ୍ଷା ଚିନ୍ତା : ଲାଗିବ ୩୦ ସିସି ଟିଭି କ୍ୟାମେରା

By Sambad | Date: Dec 27 2016 2:56AM
ହୀରାକୁଦ ବନ୍ଧ ସୁରକ୍ଷା ଚିନ୍ତା : ଲାଗିବ ୩୦ ସିସି ଟିଭି କ୍ୟାମେରା

ସମ୍ବଲପୁର : ଆତଙ୍କବାଦୀ ଆକ୍ରମଣରୁ  ହୀରାକୁଦ ବନ୍ଧର ସୁରକ୍ଷା ପାଇଁ ସିସି ଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ହୀରାକୁଦ ବନ୍ଧ କର୍ତୃପକ୍ଷ ଓ ସମ୍ବଲପୁର ଜିଲ୍ଲା ପୁଲିସ୍‌ର ମିଳିତ ବୈଠକରେ  ଗାନ୍ଧୀ ମୀନାରରୁ ଜବାହର ମୀନାର ପର୍ଯ୍ୟନ୍ତ ହୀରାକୁଦ ମୁଖ୍ୟ ବନ୍ଧ ଉପରେ କ୍ୟାମେରା ଲଗାଇବାକୁ ସ୍ଥିର ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୩୦ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି।   କ୍ୟାମେରା ଲାଗିବା ପରେ ଏହାର  ନିୟନ୍ତ୍ରଣ ହୀରାକୁଦ ବନ୍ଧ ସୁରକ୍ଷା ବିଭାଗ ହସ୍ତାନ୍ତର  କରାଯିବ ବୋଲି ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶିଘ୍ର ଏ ସଂକ୍ରାନ୍ତରେ ଟେଣ୍ଡର ଆହ୍ଵାନ କରାଯିବ ବୋଲି ଜଣାପଡ଼ିଛି।