21 January 2017
3:35:10 AM
image
Sambad News
ସମ୍ବଲପୁର

ଆଇଆଇଟି ଛାତ୍ରଙ୍କୁ ରେଡ଼କ୍ରସର ସହାୟତା

-୪ ସେମିଷ୍ଟାରର ଚ୍ୟାଲେଞ୍ଜ

By Sambad | Date: Dec 30 2016 11:00AM
ଆଇଆଇଟି ଛାତ୍ରଙ୍କୁ ରେଡ଼କ୍ରସର ସହାୟତା

ସମ୍ବଲପୁର: ଆଇଆଇଟି ରୋପରରେ ପଢୁଥିବା ସଫେଇ କର୍ମଚାରୀଙ୍କ ପୁଅ ସୁମିତ ସିନ୍ଦ୍ରିଆଙ୍କୁ ଚତୁର୍ଥ ସେମିଷ୍ଟାର ପାଇଁ ୩୦ ହଜାର ଟଙ୍କା ସହାୟତା ଦେଇଛି ରେଡ଼କ୍ରସ । ରେଡ଼କ୍ରସ ସମ୍ପାଦକ ଜୟ ଜର୍ଜ ତାଙ୍କୁ ଏହି ଚେକ ଦେଇଥିଲେ । ଏହାପରେ ସୁମିତଙ୍କ ପାଇଁ ଆଗାମୀ ୪ଟି ସେମିଷ୍ଟାରର ଖର୍ଚ ତୁଲାଇବାର ଚ୍ୟାଲେଞ୍ଜ ହୋଇଛି । ଜମନକିରାର ସଫେଇ କର୍ମଚାରୀଙ୍କ ପୁଅ ସୁମିତ ସିନ୍ଦ୍ରିଆଙ୍କ ଗତବର୍ଷ ଆଇଆଇଟିରେ ୮୩୦ ର‍୍ୟାଙ୍କ ଉର୍ତ୍ତୀର୍ଣ୍ଣ ହେବା ଅଞ୍ଚଳକୁ ଗୌରବ ଆଣିଥିଲା । ସେତେବେଳେ ଅଆଇଆଇଟି ରିପୋର୍ଟିଂ ପାଇଁ ଆବଶ୍ୟକ ୨୦ ହଜାର ଟଙ୍କା ପରିବାର ଋଣ କରି ଜମା କରିଥିଲେ ।

ନାମଲେଖାଇବା ପାଇଁ ୪୦ ହଜାର ଟଙ୍କା କିଭଳି ସଂଗ୍ରହ ହେବ ଏହା ସୁମିତ ଏବଂ ପରିବାର ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଗ୍ରାମବାସୀ ଏହା ଜାଣିବା ପରେ ନିଜ ମଧ୍ୟରେ ଚାନ୍ଦା କରି କିଛି ଅର୍ଥ ସଂଗ୍ରହ କରିଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ନଥିଲା। ଏହି ସମୟରେ ସଫେଇ କର୍ମଚାରୀଙ୍କ ପୁଅର ଆଇଆଇଟି ସଫଳତା ନେଇ 'ସମ୍ବାଦ'ରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇଥିଲା । ଏମସିଏଲ ସୁମିତଙ୍କ ନାମଲେଖାଇବା ଖର୍ଚ ବହନ ପାଇଁ ଆଗେଇ ଆସିଥିଲା । 

ପ୍ରଥମ ଏବଂ ଦ୍ୱିତୀୟ ସେମିଷ୍ଟାର ଅର୍ଥ ଏମସିଏଲ ବହନ କରିଥିଲା। ଏହାପରେ  ତୃତୀୟ ଏବଂ ଚତୁର୍ଥ ସେମିଷ୍ଟାର ଖର୍ଚ ଜିଲ୍ଲା ପ୍ରଶାସନ ବହନ କରିଛି। ପ୍ରତି ସେମିଷ୍ଟାରର ନାମ ଲେଖାଇବା ଖର୍ଚ ୨୦ ହଜାର ଟଙ୍କା ବୋଲି କହିଛନ୍ତି ସୁମିତ।  ପୂର୍ବରୁ ସୁମିତ ବୃତ୍ତି ପାଇଁ ଆବେଦନ କରି ସେମିଷ୍ଟାର ଖର୍ଚ ତୁଲାଇବେ ବୋଲି ଆଶା କରିଥିଲେ । ନିର୍ଧାରିତ ସମୟରେ ଆୟ ପ୍ରମାଣପତ୍ର ତାଙ୍କ ପରିବାରକୁ ମିଳି ପାରିନଥିଲା । ଏଥିଯୋଗୁଁ ବୃତ୍ତି ପାଇନଥିଲେ ।