24 July 2017
8:12:16 AM
image
Sambad News
ସମ୍ବଲପୁର

୧.୪୩ କୋଟି ଟଙ୍କା ଜବତ ମାମଲା

ଏସ୍‌ବିଆଇକୁ ନୋଟିସ୍‌ ଜାରି : ପୁଲିସ୍‌ ପାଖରେ ହାଜିରା

By Sambad | Date: Dec 31 2016 10:23AM
୧.୪୩ କୋଟି ଟଙ୍କା ଜବତ ମାମଲା

ସମ୍ବଲପୁର: ସମ୍ବଲପୁରରୁ ୧.୪୩ କୋଟି ଟଙ୍କା ଜବତ ମାମଲାର ତଦନ୍ତ ଜାରି ରଖି ପୁଲିସ୍‌ ତଦନ୍ତ ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇଛି। ଟଙ୍କା ଜବତ ହେବା ପରେ ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟଶାଖାକୁ ଟଙ୍କା କାରବାରର ସବିଶେଷ ତଥ୍ୟ ପୁଲିସ୍‌ ମାଗିଥିଲା। ହେଲେ ବର୍ତମାନ ସୁଦ୍ଧା ଏସ୍‌ବିଆଇ ପକ୍ଷରୁ କିଛି ତଥ୍ୟ ଦିଆଯାଇ ନାହିଁ। ଫଳରେ ଶୁକ୍ରବାର ପୁଲିସ୍‌ ଏସ୍‌ବିଆଇ ମୁଖ୍ୟ ପ୍ରବନ୍ଧକଙ୍କୁ ବିଧିବଦ୍ଧ ନୋଟିସ୍‌ ଜାରି କରିଛି। ତାଙ୍କୁ ଶନିବାର ଦିନ ଏସ୍‌ଡିପିଓଙ୍କ ପାଖରେ ହାଜିର ହେବାକୁ କୁହାଯାଇଛି।

ଏସ୍‌ଡିପିଓ ମାମଲାର ତଥ୍ୟ ନେଇ ଏସ୍‌ବିଆଇ କର୍ତୃପକ୍ଷଙ୍କୁ ପଚରାଉଚୁରା କରିବେ। ଟଙ୍କା କାରବାର ସଂପର୍କରେ ଜେରା ହେବ ବୋଲି ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ସବିଶେଷ ତଥ୍ୟ ପୁଲିସ୍‌ ହାତରେ ଲାଗିଛି। ତଥ୍ୟକୁ ବର୍ତମାନ ବିଶ୍ଳେଷଣ କରା ଚାଲିଛି। ଏସ୍‌ବିଆଇ ପକ୍ଷରୁ ତଥ୍ୟ ମିଳିଲେ ସମସ୍ତ ତଥ୍ୟପ୍ରମାଣକୁ ଏକକାଳୀନ ଭାବେ ଯାଂଚ କରାଯିବ। ଆଉ କେଉଁ ବ୍ୟାଙ୍କ କିମ୍ବା ବ୍ୟାଙ୍କ ଅଧିକାରୀ ଏହି କାରବାରରେ ସଂପୃକ୍ତ ତଥ୍ୟ ଯାଂଚ ପରେ ପର୍ଦାଫାସ ହେବ ବୋଲି ପୁଲିସ୍‌ ଆଶାବାଦୀ।