23 May 2017
6:34:00 AM
image
Sambad News
ରାଜ୍ୟ

ଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କ ‘ଟୁ ଡିଜାୟାର୍ସ’ର ମୁକ୍ତିଲାଭ

By Sambad | Date: Jan 4 2017 5:58AM
ଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କ ‘ଟୁ ଡିଜାୟାର୍ସ’ର ମୁକ୍ତିଲାଭ

ସମ୍ବଲପୁର : ନିସ୍ତେଜ ହୋଇଯାଇଛି ଶରୀର। ବାଳକ ଅବସ୍ଥାରୁ ଶରୀର ଅଚଳ ରହିଛି। ମସ୍ତିସ୍କ କିନ୍ତୁ ବେଶ୍‌ ଚଞ୍ଚଳ ଓ ସକ୍ରିୟ। ଏଭଳି ଜଣେ ବାସ୍ତବ ବ୍ୟକ୍ତିତ୍ୱର କାହାଣୀକୁ ନେଇ ନିର୍ମିତ ଚଳଚିତ୍ର ‘ଟୁ ଡିଜାୟାର୍ସ ଆଣ୍ଡ୍‌ ଏ ଡ୍ରିମ୍‌’ ମୁକ୍ତିଲାଭ କରିଛି ମୁମ୍ବାଇର ଦ ହବ୍‌ ମଲଟିପ୍ଲେକ୍ସରେ। ଅଭିନୟ କରିଛନ୍ତି ନିଜେ କ୍ରାଡ୍ରାପ୍ଲେଜିକ୍‌ରେ ଆକ୍ରାନ୍ତ ବରଗଡ଼ର ଜିତେନ୍ଦ୍ର ବିଶ୍ୱାଳ (୪୫)। 
 
ଭୁବନେଶ୍ୱରର ବ୍ୟବସାୟୀ ରାଜେନ୍ଦ୍ର ସିଂ ଭାଟିଆଙ୍କ ପ୍ରଯୋଜିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମୁମ୍ବାଇରେ ରହୁଥିବା ଓଡ଼ିଆ ନିର୍ଦ୍ଦେଶକ ଅଭିନାଶ ନନ୍ଦ। ପ୍ରଖ୍ୟାତ ଲେଖକ ଶଶି ଥରୁର ଏହାକୁ ‘ଅତି ଚମତ୍କାର ଫିଲ୍ମ’ ଭାବେ ଟ୍ଵିିଟ୍‌ କରିଛନ୍ତି। ସେହିପରି ଫିଲ୍ମ ଜଗତର ବ୍ୟାବସାୟିକ ପତ୍ରିକା ସୁପର ସିନେମା ଏହାକୁ ‘ଗୁଜାରିସ’ ଓ ପା’ ଭଳି ଚଳଚିତ୍ର ସହ ତୁୁଳନା କରିଛନ୍ତି। ଫିଲ୍ମର ନାୟିକା ଅଛନ୍ତି ‘ମାଂଗ’ର ଓଡ଼ିଆ ଅଭିନେତ୍ରୀ ସ୍ୱପ୍ନା ପତି। ପ୍ରକାଶ ଥାଉ କି ଏହି ଫିଲ୍ମରେ ଶରୀର ସ୍ୱତସ୍ଫୂର୍ତ ସଚଳ ନଥିବା ସତ୍ତ୍ୱେ ଜିତେନ୍ଦ୍ର ବିଶ୍ୱାଳ ନିଜେ ଦୁର୍ଗମ ଓ ଅଭେଦ୍ୟ ସ୍ଥାନକୁ ଯାଇ ସୁଟିଂ କରିଛନ୍ତି। 

image