28 March 2017
5:58:36 AM
Sambad News
ସମ୍ବଲପୁର

ସମ୍ବଲପୁରରେ ପକ୍ଷୀ ମୃତ୍ୟୁ

By Sambad | Date: Jan 5 2017 9:51AM
ସମ୍ବଲପୁରରେ ପକ୍ଷୀ ମୃତ୍ୟୁ

ସମ୍ବଲପୁର: ବାର୍ଡ ଫ୍ଲୁ ଯୋଗୁଁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀମାନଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ସମ୍ବଲପୁରରେ କମଳିବଜାର ନିକଟ ପାଟଣେଶ୍ୱରୀ କ୍ଲବ ପାଖରେ ୩ଟି ପାରା ମରି ପଡ଼ିିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ପର୍ଯ୍ୟନ୍ତ ୨ଟି ପାରାର ଶବ ପଡ଼ି ରହିଥିବା ବେଳେ ଗୋଟିଏ ଶବକୁ ଏକ ବିଲେଇ ବୋହି ନେଇଥିବା ସ୍ଥାନୀୟ ଲୋକ କହିଛନ୍ତି। କେଉଁ କାରଣରୁ ଏକା ଥରକେ ୩-୩ଟି ପାରାର ମୃତ୍ୟୁ ହେଲା, ତାହାର କାରଣ ଏପର୍ଯନ୍ତ ଜଣାପଡ଼ି ନାହିଁ। ଘଟଣା ସଂକ୍ରାନ୍ତରେ ପ୍ରାଣୀ ଚିକିତ୍ସା ବିଭାଗକୁ ସୂଚନା ଦିଆଯାଇଥିଲେହେଁ ସେଠାକୁ କେହି ଯାଇନଥିବା କୁହାଯାଇଛି। ଶବଗୁଡ଼ିକର ପରୀକ୍ଷା କରାଗଲେ, କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିବା ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।