25 June 2017
8:58:16 AM
Sambad News
ବିଶେଷ

୨ ମୁଣ୍ଡିଆ ଶିଶୁ ଜନ୍ମ!

By Sambad | Date: Jan 10 2017 6:41PM
୨ ମୁଣ୍ଡିଆ ଶିଶୁ ଜନ୍ମ!
Daily Bhaskar

ଚିହୁଆହୁଆ: ମେକ୍ସିକାନ୍‌ରେ ଥିବା ଚିହୁଆହୁଆରେ ଜନ୍ମ ନେଇଛି ଏକ ୨ ମୁଣ୍ଡିଆ ଶିଶୁ। ଶିଶୁଟିର ଗୋଡ଼ରୁ ନେଇ ବେକ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସାଧାରଣ ରହିଥିବା ବେଳେ କେବେଳ ୨ ମୁଣ୍ଡ ଥିବା ହେତୁ ଶିଶୁଟି ଚର୍ଚାର ବିଷୟ ପାଲଟିଛି। ଶିଶୁଟିକୁ ଦ ୟୁନିଭର୍‌ସିଟି ଅଫ୍‌ ମ୍ୟାରିଲାଣ୍ଡ୍‌ ମେଡିକାଲ୍‌ ସେଣ୍ଟର୍‌ର ଡାକ୍ତମାନେ ‘କୋଜଏଣ୍ଡ୍‌ ଟୁଇନ୍‌ ବେବି’ ବୋଲି କହୁଛନ୍ତି। ଡାକ୍ତରମାନେ ସୂଚନା ଦେଇଛନ୍ତି ଯେ ପ୍ରତି ୨ ଲକ୍ଷ ଶିଶୁ ମଧ୍ୟରେ ଜଣେ ଏପରି ଅସାଧାରଣ ଶିଶୁ ଜନ୍ମ ନେବାର ଦେଖିବାକୁ ମିଳିଥାଏ। ଏହି ଶିଶୁ ଜନ୍ମ ପରେ କେହି ଜଣେ ସଂପର୍କୀୟ ଜାନୁଆରି ୬ ତାରିଖ ଦିନ ନବଜାତ ଶିଶୁର ଭିଡିଓ ସହିତ ଫଟୋକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିବା ପରେ ଏହି ଖବର ଚାରିଆଡ଼େ ବ୍ୟାପିଯାଇଛି।