23 May 2017
6:40:57 AM
image
Sambad News
ବିଶେଷ

ଏଡ୍‌ସ ସଚେତନତା ପାଇଁ ସାଇକେଲ୍‌ରେ ବିଶ୍ୱ ଭ୍ରମଣ

By Sambad | Date: Jan 12 2017 1:05PM
ଏଡ୍‌ସ ସଚେତନତା ପାଇଁ ସାଇକେଲ୍‌ରେ ବିଶ୍ୱ ଭ୍ରମଣ

୨୦୦୪ରୁ ୨୦୧୬ ମଧ୍ୟରେ ସାଇକେଲ୍‌ରେ ୧୨୬ ଦେଶ ଭ୍ରମଣ କରିସାରିଲେଣି ପଶ୍ଚିମ ବଙ୍ଗ ଅନ୍ତର୍ଗତ ସୁନ୍ଦରବନ ଅଞ୍ଚଳର ବାସିନ୍ଦା ସୋମେନ ଦେବନାଥ। ଭ୍ରମଣର ଏକମାତ୍ର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ଏଡ୍‌ସ ସଚେତନତା ସୃଷ୍ଟି କରିବା। ତାଙ୍କ ମତରେ କର୍କଟଠାରୁ ଏଡ୍‌ସ ଆହୁରି ଭୟାନକ। ଅବହେଳା ଓ ସଚେତନତା ଅଭାବରୁ ଏହାର କାୟା ବିସ୍ତାର କରୁଛି। ସୋମେନ କଲକାତା ବିଶ୍ୱବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ।

ପରିବାରର ଅନିଚ୍ଛା ସତ୍ତ୍ୱେ ଅଭିଯାନରେ ବାହାରିଥିଲେ। ଏବେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଏକ ଲକ୍ଷ ଅଠତିରିଶ ହଜାର କିଲୋମିଟର୍‌ ଅତିକ୍ରମ କରିସାରିଲେଣି। ୭,୫୦୦ ଶିକ୍ଷାନୁଷ୍ଠାନରେ ସଚେତନତା ବାର୍ତ୍ତା ପ୍ରଚାର କରିସାରିଲେଣି। ୨୦୨୦ ସୁଦ୍ଧା ୧୯୧ ଦେଶ ଭ୍ରମଣ କରି, କୋଡ଼ିଏ ନିୟୁତ ଲୋକଙ୍କୁ ଏଡ୍‌ସ ସଚେତନତା ବାର୍ତ୍ତା ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ।

image