27 April 2017
2:56:15 AM
image
Sambad News
ବିଶେଷ

ଆପଣଙ୍କ ଜାତକରେ ପାପୀ ଗ୍ରହ ରାହୁ ଓ କେତୁ ଭୁଲ ସ୍ଥାନରେ ଅଛନ୍ତି କି ? ଏଥିପାଇଁ ୩ଟି ସରଳ ଉପାୟ

By Sambad | Date: Jan 11 2017 8:31AM
ଆପଣଙ୍କ ଜାତକରେ ପାପୀ ଗ୍ରହ  ରାହୁ  ଓ  କେତୁ ଭୁଲ ସ୍ଥାନରେ ଅଛନ୍ତି କି ? ଏଥିପାଇଁ ୩ଟି ସରଳ ଉପାୟ
Photo : Yagyapuja.com

ସାଧାରଣତଃ ରାହୁ ଏବଂ କେତୁଙ୍କୁ  କୁହାଯାଏ ପାପୀ ଗ୍ରହ । ଏହି ଗ୍ରହ  ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ  ଭୁଲ୍‌ ସ୍ଥାନରେ ଅବସ୍ଥାନ କରିଥାନ୍ତି ତେବେ  ଏହା ମଣିଷ ଜୀବନକୁ ନର୍କ କରିଦିଏ । ଏଥିସହିତ ଉକ୍ତ ବ୍ୟକ୍ତିର ସମସ୍ତ କାର୍ଯ୍ୟ ଅଟକି ରହିଯାଏ ଏବଂ  ସେହି ବ୍ୟକ୍ତି ଜଣଙ୍କ ଅତ୍ୟନ୍ତ ଉଗ୍ର  ମଧ୍ୟ ହୋଇଯାଆନ୍ତି ।  ଏହା ବ୍ୟକ୍ତିର ମାନସିକ ସନ୍ତୁଳନକୁ   ଖରାପ କରିଦିଏ ।  ଯଦି  ଆପଣଙ୍କୁ  ଆପଣଙ୍କର ଜ୍ୟୋତିଷ କହିଥାନ୍ତି  ଯେ, ଆପଣଙ୍କ କୁଣ୍ଡଳୀର ଅଶୁଭ ସ୍ଥାନରେ ଏହି ଦୁଇଟି ପାପୀ ଗ୍ରହ ଅବସ୍ଥାନ କରିଛନ୍ତି ଏବଂ ଏହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇବେ; ତେବେ ଏହି  ୩ଟି  ଉପାୟ ଅବଲମ୍ବନ କରିବାକୁ ହେବ ।  ଫଳରେ  ପାପୀ  ଗ୍ରହ  ରାହୁ-କେତୁର ଦୁଃଷ୍ପ୍ରଭାବ  କିଛି ପରିମାଣରେ ଲାଘବ ହେବ । 
 
ତେବେ ଉପାୟ ଅବଲମ୍ବନ କରିବା ପୂର୍ବରୁ ସର୍ବପ୍ରଥମେ  ଆପଣଙ୍କୁ ମାଦକ ସେବନ ବନ୍ଦ କରିବାକୁ ହେବ । ଏହା ପରେ ଯାଇ ଆପଣ ଏହି ୩ଟି ଉପାୟକୁ ଅବଲମ୍ବନ କରି ପାରିବେ! ଆଉ ଯଦି ଆପଣ ଏହା ନ କରନ୍ତି ତେବେ ଏହି ପାପୀ ଗ୍ରହ ରାହୁ-କେତୁଙ୍କୁ ଶାନ୍ତ କରିବା  ଆପଣଙ୍କ ପକ୍ଷେ  ବହୁତ କଷ୍ଟକର ହୋଇପଡ଼ିବ । 
 
ପ୍ରଥମ ଉପାୟ :  ଏହି ଗ୍ରହ ନିକଟରୁ ମୁକ୍ତି ପାଇବାକୁ ହେଲେ  ସର୍ବପ୍ରଥମେ ଆପଣଙ୍କୁ  ଅନ୍ୟୁନ ୨୫୦ ଗ୍ରାମ୍‌ ଓଜନର ରୂପାରେ ନିର୍ମିତ  ହାତୀର ମୂର୍ତ୍ତିକୁ ଘରେ ସ୍ଥାପିତ କରିବାକୁ ପଡ଼ିବ । ରୂପା ଏବଂ ହାତୀର ମୂର୍ତ୍ତି ରହିବା କାରଣରୁ ଆପଣଙ୍କ ଘରେ  ଏହି ପାପୀ ଗ୍ରହ  ଦ୍ୱୟ ରାହୁ-କେତୁୂ ସେମାନଙ୍କର ପ୍ରଭାବକୁ  କମ୍‌ କରିଦେବେ ।
ଦ୍ୱିତୀୟ ଉପାୟ : ଯଦି ଆପଣଙ୍କ କୁଣ୍ଡଳୀରେ  ଏହି ପାପୀ ଗ୍ରହ ଦ୍ୱୟଙ୍କ ଅବସ୍ଥାନ  ରହିିଅଛି  ; ତେବେ ଆପଣ ପ୍ରତିଦିନ କଳା   ଏବଂ  ଧଳା ରଙ୍ଗର କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁକୁରକୁ ରୁଟି ଖାଇବାକୁ ଦେବା ଦ୍ୱାରା  ଆପଣଙ୍କ  ଉପରେ ରାହୁ -କେତୁ ଗ୍ରହ ପ୍ରସନ୍ନ ହୁଅନ୍ତି । ଏଥିସହିତ  ଏହି ଗ୍ରହ ଦ୍ୱୟ ଆପଣଙ୍କ ଜାତକକୁ କଷ୍ଟ ଦେବା  ମଧ୍ୟ କମ୍‌ କରିଥା’ନ୍ତି । 
ତୃତୀୟ ଉପାୟ : ତୃତୀୟ ଉପାୟ ଅନୁସାରେ ଯଦି ଆପଣଙ୍କ କୁଣ୍ଡଳୀର  ଅଶୁଭ ସ୍ଥାନରେ ଏହି ପାପୀ ଗ୍ରହ ଦ୍ୱୟ ବିରାଜମାନ କରିଥାନ୍ତି ,ତେବେ ଆପଣଙ୍କ କାନ ଦୁଇଟିରେ କାନ ଫୁଲ ଲଗାଇବା ପାଇଁ  ଫୋଡ଼ା  ଯାଇଥିବା କଣାରେ ଅତିକମ୍‌ରେ ୪୩ ଦିନ ପର୍ଯ୍ୟନ୍ତ  ୨ଟି ତାରକୁ ଲଗାଇବାକୁ ପଡ଼ିବ । ଆଉ  ଏହା ମଧ୍ୟ ରାହୁ -କେତୁଙ୍କ ଶାନ୍ତ କରିବାର ଅନ୍ୟ ଏକ ଉପାୟ  ସ୍ୱରୂପ  ଅଟେ । 
 

image