23 August 2017
3:41:32 PM
image
Sambad News
ବିଶେଷ

ଧନଲାଭର ୪ଟି ସରଳ ଉପାୟ! ପରୀକ୍ଷା କରି ଦେଖନ୍ତୁ !!

By Sambad | Date: Apr 20 2017 9:25AM
ଧନଲାଭର ୪ଟି ସରଳ ଉପାୟ! ପରୀକ୍ଷା କରି ଦେଖନ୍ତୁ !!
Photo : TopYaps

ଯଦି ଆପଣ ଧନ ଓ ଅର୍ଥ ସଂପର୍କୀୟ  ସମସ୍ୟା ପାଇଁ ଚିନ୍ତାରେ ରହୁଛନ୍ତି , ତେବେ ଆପଣଙ୍କ ପାଇଁ ଖୁସି ଖବର ! କାହିଁକିନା ଆପଣଙ୍କୁ  ଏପରି  ୪ଟି ସରଳ ଉପାୟ ବିଷୟରେ ଜଣାଉଛୁ ,ଯେଉଁ ଉପାୟକୁ ଅବଲମ୍ବନ କଲେ  ଆପଣଙ୍କ  ସମସ୍ୟା ଦୂର ହୋଇପାରେ। ଥରେ ପରୀକ୍ଷା କରି ଦେଖନ୍ତୁ  ?
 
ଉପାୟ  ୧ : ଏକ ତମ୍ବାର ଢ଼ାଳରେ ଜଳପୂର୍ଣ୍ଣ କରି ତାହାକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହାପରେ  ଏଥିରେ ୧ ଟଙ୍କାର ୮ଟି ମୁଦ୍ରା ରଖିଦିଅନ୍ତୁୁ। ଏଥିସହିତ ଏହି ଢ଼ାଳ ମୁହଁରେ ଏକ ଲାଲ୍‌ ରଂଗର କପଡ଼ା ବାନ୍ଧି ଦିଅନ୍ତୁ। ଯେତେବେଳେ ଦେଖିବେ ଏଥିରୁ ପାଣି ଶେଷ ହେଉଛି, ସେବେ ପୁଣିଥିରେ ଆପଣଙ୍କୁ ଏହି ଢ଼ାଳରେ ଜଳକୁ ପୂର୍ଣ୍ଣ କରନ୍ତୁ। ଏପରି କରି ଚାଲନ୍ତୁ। ବିଶ୍ୱାସ ରହିଛି,  ଉପାୟ ଦ୍ୱାରା ଧନ ଜନିତ ସମସ୍ୟା  ସବୁ ଦୂର ହୋଇଥାଏ।
ଉପାୟ  ୨: ଏଥିସହିତ ଆପଣ ଗୁରୁବାର ଦିନରେ କୌଣସି ଏକ ମନ୍ଦିର ନିକଟରେ ୨ଟି କଦଳୀର ଗଛ ଲଗାନ୍ତୁ। ବିଶ୍ୱାସ ରହିଛି ଯେ,ଏହି ଉପାୟ ଦ୍ୱାରା ବ୍ୟକ୍ତିର ଭାଗ୍ୟରେ ଆସୁଥିବା  ସମସ୍ତ ବାଧାବିଘ୍ନ  ଦୂର ହୋଇଥାଏ।
ଉପାୟ  ୩ : ଏହାବ୍ୟତୀତ ଆପଣ ଏକ ଶୁଭ ମୂହୁର୍ତ୍ତ ଦେଖି ମାତା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ସେଠାରେ ୭ଟି ଧଳା  ରଂଗର  ମିଠା ଭୋଗ ଲଗାନ୍ତୁ।
ଉପାୟ  ୪ :  ଏହାସହିତ  ୭ଟି ହଳଦିଆ ରଂଗର କଉଡ଼ିକୁ  ସିନ୍ଦୁକରେ ସାଇତି ରଖନ୍ତୁ । ଏହାଦ୍ୱାରା ମହାଲକ୍ଷ୍ମୀଙ୍କର କୃପା  ଆପଣଙ୍କ ଘର ଉପରେ ରହିଥାଏ। ଯାହାଫଳରେ  କି  ଆପଣଙ୍କ  ଘର ମଧ୍ୟରେ ସୁଖସମୃଦ୍ଧି  ଲାଗିରହେ।