30 May 2017
11:04:15 AM
image
Sambad News
ବିଶେଷ

ପତଳା ହେବାକୁ ଡାଇଟିଂ କରୁଛି ମାଙ୍ଗଡ଼!

By Sambad | Date: May 19 2017 7:37PM
ପତଳା ହେବାକୁ ଡାଇଟିଂ କରୁଛି ମାଙ୍ଗଡ଼!

ବ୍ୟାଙ୍କ୍‌କ୍‌: ବ୍ୟାଙ୍କ୍‌କ୍‌ରେ ରହିଛି ଏକ ଏପରି ମାଙ୍କଡ଼ ଯାହାର ନାମ ‘ଅଙ୍କଲ୍‌ ଫ୍ୟାଟ୍‌’। ପର୍ଯ୍ୟଟକଙ୍କଠାରୁ ଜଙ୍କ୍‌ ଫୁଡ୍‌ ଖାଇ ଖାଇ ମୋଟା ହୋଇଯିବାରୁ ତାକୁ ଏବେ ଡାଇଟିଂରେ ରଖାଯାଇଛି। ଏବେ ଥାଇଲାଣ୍ଡ୍‌ର ସ୍ଥାନୀୟ ଲୋକେ ତାକୁ କମ୍‌ ମୋଟା ହେବା ପରି ଖାଦ୍ୟ ଖାଇବାକୁ ଦେଉଛନ୍ତି। ସାଧାରଣତଃ ଥାଇଲାଣ୍ଡ୍‌ରେ ଥିବା ମାଙ୍କଡ଼ଗୁଡ଼ିକ ୯ କିଲୋଗ୍ରାମ୍‌ ଓଜନ ମଧ୍ୟରେ ରହିଥାନ୍ତି। ମାତ୍ର ଅଙ୍କଲ୍‌ ଫ୍ୟାଟ୍‌ର ଓଜନ ୨୬ କିଲୋ ବୋଲି ଜାଣିବାକୁ  ମିଳିଛି। ଆଶା କରାଯାଉଛି ଯେ ଅଙ୍କଲ୍‌ ଫ୍ୟାଟ୍‌ କିଛି ଦିନ ଡାଇଟିଂରେ ରହିବା ପରେ ଅନ୍ୟମାନଙ୍କ ପରି ସ୍ଲିମ୍‌ ହୋଇଯିବ। 

image