30 May 2017
11:05:29 AM
image
Sambad News
ବିଶେଷ

ହାତୀ ଓଜନର କୁକୁର

By Sambad | Date: May 19 2017 8:09PM
ହାତୀ ଓଜନର କୁକୁର

ନୂଆଦିଲ୍ଲୀ: କୁକୁରର ଓଜନ ଏକ ଛୁଆ ହାତୀର ଓଜନ ସହ ସମାନ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଖାଲି ଓଜନ ନୁହେଁ ଏହି କୁକୁରର ଲମ୍ବ ବି ଆପଣଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିବ । ନାକଟାରୁ ଲାଞ୍ଜ ପର୍ଯ୍ୟନ୍ତ ଏହାର ଲମ୍ବ ହେଉଛି ପ୍ରାୟ ୭ଫୁଟ । ସେହିପରି ଉଚ୍ଚତା ୩ଫୁଟ ୩ ଇଞ୍ଚ । ହେଲେ ବୟସ ମାତ୍ର ୫ ବର୍ଷ । ବାଲ୍ଟାଜାର ପ୍ରଜାତୀର ଏହି କୁକୁରଟି ଏବେ ବ୍ରିଟେନର ସବୁଠାରୁ ଭୀମକାୟ କୁକୁର ଭାବେ ଗଣନା ହେଉଛି । ତେବେ ଏହାର ଏଭଳି ଶାରିରୀକ ଅଭିବୃଦ୍ଧି ସମ୍ପର୍କରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କୁକୁର ମାଲିକ ୪୬ ବର୍ଷିୟ ବିନି ମୋଣ୍ଟେ ଇରାବିନ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ମଧ୍ୟ ଏଭଳି ଘଟଣା ଦେଖି ଚକିତ ହୋଇଛନ୍ତି । ମାତ୍ର ୨ ସପ୍ତାହକୁ ଏହାକୁ ୧୫ କିଲେ ପର୍ଯ୍ୟନ୍ତ ଖାଦ୍ୟ ଦେବାକୁ ପଡିଥାଏ ବୋଲି ଇରାବିନ କହିଛନ୍ତି । ତେବେ ଯାହା ହେଉନା କାହିଁକି ତାଙ୍କ ପାଳିତ ଏକ ପ୍ରାଣୀ ତାଙ୍କୁ ଆଜି ସାରା ଦେଶରେ ଚର୍ଚ୍ଚିତ କରିଥିବାରୁ  ସେ ତା ପାଖରେ କୃତଜ୍ଞ ବୋଲି କହିଛନ୍ତି । 
 

image