25 March 2017
3:21:59 AM
Sambad News
ବିଶେଷ

ସ୍ୱୟଂଚାଳିତ ଆକ୍ୟୁଆରିୟମ୍‌

ଆପଣା ଛାଏଁ ବଦଳିବ ଆକ୍ୟୁଆରିୟମ୍‌ ଭିତର ପାଣି, ବିଜୁଳି ଗଲେ ୩୦ଘଣ୍ଟାର ବ୍ୟାଟେରି ବ୍ୟାକ୍‌ଅପ୍‌

By Sambad | Date: Jan 12 2017 4:32PM
ସ୍ୱୟଂଚାଳିତ ଆକ୍ୟୁଆରିୟମ୍‌

ନାଗପୁର:  ଅନେକ ଲୋକେ ଘରେ ଆକ୍ୟୁଆରିୟମ ରଖିବାର ସଉକ ରଖି ଥାଆନ୍ତି। କିନ୍ତୁ ଏହାକୁ ପରିଚାଳନା କରିବାରେ ସମୟ ଲାଗୁଥିବା ହେତୁ କେତେକ ଏଥିପାଇଁ ପଛ ଘୁଞ୍ଚା ଦେଇଥାଆନ୍ତି। ତେବେ ନିକଟରେ ନାଗପୁରୁରେ ଦୁନିଆର ସର୍ବପ୍ରଥମ ସ୍ୱୟଂଚାଳିତ ଆକ୍ୟୁଆରିୟମ ପ୍ରସ୍ତୁତ ହୋଇଛି। ଏଥିରେ ଏମିତି ସୁବିଧାମାନ ଖଞ୍ଜା ଯାଇଛି ଯେ, ଆପଣଙ୍କୁ କିଛି କରିବାକୁ ଦରକାର ପଡ଼ିବ ନାହିଁ। ଆକ୍ୟୁଆରିୟମରେ ଲାଇଟ ଜଳିବା ବନ୍ଦ ହେବା ଠାରୁ ଆରମ୍ଭ କରି  ଭିନ୍ନଭିନ୍ନ ପ୍ରକାର ଲାଇଟିଂ ପରିବର୍ତ୍ତନ, ପାଣି ସଫା କରିବା ସମସ୍ତ କାମ ଆପଣା ଛାଏଁ ହୋଇଯିବ। ଯଦି ବିଜୁଳି ବି ଚାଲିଯାଏ, ତେବେ ୩୦ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ବ୍ୟାକଅପ୍‌ର ସୁବିଧା ବି ଏଥିରେ ଖଞ୍ଜା ଯାଇଛି। ତେବେ ଏହି ଆକ୍ୟୁଆରିୟମକୁ ନାଗପୁରର ତିନିଜଣ ଡିଜାଇନର ପ୍ରସ୍ତୁତ କରିଛନ୍ତି। 
 
ଏହି ଆକ୍ୟୁଆରିୟମ ବନାଇଥିବା ଡିଜାଇନରଙ୍କ କହିବା ଅନୁସାରେ, ଏକଦା ହ୍ଵାଟସ୍‌ଅଫ୍‌ରେ ଏକ ଭିଡିଓ ଆସିଥିଲା। ସେଥିରେ ଜନୈକ ବ୍ୟକ୍ତି ତାଙ୍କ କନ୍ୟା ଘରେ ରଖିଥିବା ଆକ୍ୟୁଆରିୟମ ଯୋଗୁଁ ସେ ଛୁଟିରେ କୌଣସି ସ୍ଥାନକୁ ଘରଛାଡ଼ି ଯାଇ ପାରୁ ନଥିଲେ। ଏହି ଭିଡ଼ିଓ ଦେଖି ସେମାନେ ଆକ୍ୟୁଆରିୟମକୁ ନୂତନ ଶୈଳୀରେ ପ୍ରସ୍ତୁତ କରିବା ଚିନ୍ତା କରିଥିଲେ। ଦୀର୍ଘ ଅଢ଼େଇବର୍ଷ କାଳ ମିଳିତ ଭାବେ ଏହି ତିନିଜଣ ଡିଜାଇନର ପରିଶ୍ରମ କରି ଏହି ସ୍ୱୟଂ ଚାଳିତ ଆକ୍ୟୁଆରିୟମ ପ୍ରସ୍ତୁତ କରିବାରେ ସମର୍ଥ ହୋଇଥିଲେ।