24 February 2017
10:36:40 PM
Sambad News
ବିଶେଷ

ଆପଣଙ୍କ ରାଶି କନ୍ୟା କିମ୍ବା ତୁଳା କି? କଳାଜାଇ କହିବ ଆପଣ କେମିତି

By Sambad | Date: Jan 10 2017 9:21AM
ଆପଣଙ୍କ ରାଶି କନ୍ୟା କିମ୍ବା ତୁଳା କି? କଳାଜାଇ କହିବ ଆପଣ କେମିତି

ରାଶି ଅନୁସାରେ ବ୍ୟକ୍ତିର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ। ସାମୁଦ୍ରିକ ବିଦ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିର ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ କଳାଜାଇ ଥିଲେ ତାହାକୁ ଆଧାର କରି ଜାଣିହେବ ସେ ବ୍ୟକ୍ତିର ସ୍ୱଭାବ କେମିତି। ଆସନ୍ତୁ ଜାଣିବା କନ୍ୟା ଓ ତୁଳା ରାଶିର ବ୍ୟକ୍ତିଙ୍କ କେଉଁ ସ୍ଥାନରେ କଳାଜାଇ ଥିଲେ ତାଙ୍କର ସ୍ୱଭାବ କେମିତି ହୋଇଥାଏ। 
 
କନ୍ୟା ରାଶି :
ହାତରେ କଳାଜାଇ:  ହାତରେ କଳାଜାଇ ଥିଲେ କନ୍ୟା ରାଶିର ବ୍ୟକ୍ତି ଅସରନ୍ତି ସୌର୍ଯ୍ୟ ଏବଂ ଆଶାର ଅଧିକାରୀ ହୁଅନ୍ତି। ଭାଗ୍ୟବାନ ହୋଇଥିବାରୁ ଏମାନଙ୍କ ଜୀବନଯାତ୍ରା ଅନାୟସରେ ଚାଲେ।
ଆଙ୍ଗୁଠିରେ କଳାଜାଇ: କନ୍ୟା ରାଶିର ବ୍ୟକ୍ତିର ଆଙ୍ଗୁଠିରେ କଳାଜାଇ ଥିଲେ ବ୍ୟକ୍ତି ସ୍ୱାର୍ଥପର ଏବଂ ଅବିଶ୍ୱସ୍ତ ହେବା ସହ ଅନ୍ୟର ଆବେଗରୁ ନିଜର ଉପକାର ସାଧନ କରନ୍ତି।
ନାଭିରେ କଳାଜାଇ: ନାଭିରେ କଳାଜାଇ ଥିବା କନ୍ୟା ରାଶିର ନାରୀମାନଙ୍କର ବୈବାହିକ ଜୀବନ ସରସ ହେବା ସହ ସୁସନ୍ତାନ ଜନ୍ମ କରନ୍ତି। ସେହିପରି ନାଭିରେ କଳାଜାଇ ଥିବା ପୁରୁଷମାନେ ଭାଗ୍ୟବାନ ଏବଂ ଏମାନେ ବିପୁଳ ସମ୍ପଦ ଏକତ୍ର କରିପାରନ୍ତି।
 
ତୁଳା ରାଶି :
ପିଠିରେ (ଖୁଆ ତଳେ) କଳାଜାଇ:  ପିଠିରେ (ଖୁଆତଳେ) କଳାଜାଇ ଥବା ତୁଳା ରାଶିର ବ୍ୟକ୍ତିଙ୍କର ଜୀବନ କଷ୍ଟଦାୟକ ଏବଂ ହତାଶାପୂର୍ଣ୍ଣ ହୋଇଥାଏ।