20 July 2017
6:06:29 PM
image
Sambad News
ବିଶେଷ

ସନ୍ତାନ ଜନ୍ମ ଦେବେ ବ୍ରିଟିସ୍‌ ପୁରୁଷ!

By Sambad | Date: Jan 10 2017 1:52PM
ସନ୍ତାନ ଜନ୍ମ ଦେବେ ବ୍ରିଟିସ୍‌ ପୁରୁଷ!

ବ୍ରିଟେନ୍‌ର କୋଡ଼ିଏ ବର୍ଷ ବୟସ୍କ ଯୁବକ ହେଡେନ୍‌ କ୍ରସ୍‌ ଗର୍ଭଧାରଣ କରି ଚର୍ଚ୍ଚାରେ। ତାଙ୍କର ଗର୍ଭଧାରଣର ଷୋହଳ ସପ୍ତାହ ବିତିସାରିଲାଣି। ଏ ଥର ଜାଣନ୍ତୁ, ଏ ଅସଂଭବ କେଉଁ ଭଳି ସଂଭବ ହୋଇଛି। ସେ କନ୍ୟା ଭାବେ ଜନ୍ମ ହୋଇଥିଲେ। କିଛି ବର୍ଷ ତଳେ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ନିଷ୍ପତ୍ତି ନେଇ ଚିକିତ୍ସକଙ୍କ ସହ ପରାମର୍ଶ କରିଥିଲେ। ତେବେ, ତାଙ୍କର ହର୍‌ମୋନ୍‌ ଚିକିତ୍ସା ଅଧାରେ ଅଟକିଥିଲା। ଡିମ୍ବାଣୁଗୁଡ଼ିକୁ ନଷ୍ଟ କରିବା ବାବଦ ବ୍ୟୟ ଭାର ବହନକରିବାକୁ ସେ ଅସମର୍ଥ ଥିଲେ। ଏ ଭଳି ସ୍ଥିତିରେ ତାଙ୍କୁ ଜଣେ ଶୁକ୍ରାଣୁଦାତା ମିଳିଗଲେ। ଆଉ ସେ ଗର୍ଭଧାରଣ କରିବାକୁ ସ୍ଥିର କରିଥିଲେ। ଯଦି ସବୁ କିଛି ଠିକ୍‌ ଚାଲେ, ସେ ସନ୍ତାନ ଜନ୍ମ ଦେଇଥିବା ପ୍ରଥମ ବ୍ରିଟିସ୍‌ ପୁରୁଷ ବୋଲାଇବେ।