29 March 2017
8:33:32 PM
Sambad News
ବିଶେଷ

କର୍କଟ ପୀଡ଼ିତ ଶିଶୁଙ୍କ ପାଣ୍ଠି ସଂଗ୍ରାହକ ବାଳକ

By Sambad | Date: Jan 10 2017 2:23PM
କର୍କଟ ପୀଡ଼ିତ ଶିଶୁଙ୍କ ପାଣ୍ଠି ସଂଗ୍ରାହକ ବାଳକ

ଖେଳ-କୁଦ ବୟସରେ ତାଙ୍କୁ ଘାରିଛି କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ଚିନ୍ତା। ବୁଲିବୁଲି ସେ ପାଣ୍ଠି ସଂଗ୍ରହ କରୁଛନ୍ତି। ଛଅ ମାସ ମଧ୍ୟରେ ନଅ ଲକ୍ଷ ବାସ୍ତରି ହଜାର ଟଙ୍କା ସଂଗ୍ରହ କଲେଣି। ସବୁ ଟଙ୍କା ମୁମ୍ବଈର ‘ନର୍ଗିସ ଦତ୍ତ କ୍ୟାନ୍‌ସର୍‌ ଫାଉଣ୍ଡେସନ୍‌’କୁ ଦାନ ଦେଇଛନ୍ତି। ଆର୍ଥିକ ଦୁର୍ବଳ ବର୍ଗର କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସାରେ ଏସବୁ ଟଙ୍କା ଖର୍ଚ୍ଚ ହେଉଛି। ଛୋଟ ବୟସରେ ଏହି ମହାନ୍‌ ଚିନ୍ତା ମୁଣ୍ଡାଇଥିବା ଏହି ବାଳକଙ୍କ ନାମ ଅରବ ହକ। ମୁମ୍ବଈରେ ରହନ୍ତି। ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ପାଣ୍ଠି ଯୋଗାଡ଼ ଚିନ୍ତା ଛଅ ମାସ ପୂର୍ବରୁ ତାଙ୍କୁ ମୁଣ୍ଡକୁ ଜୁଟିଥିଲା।
 
ମାଆଙ୍କ ସାଙ୍ଗ-ସାଥୀ, ସଂପର୍କୀୟଙ୍କୁ ଭେଟି ନିଜ ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ପ୍ରଥମେ ଅବଶ୍ୟ କଷ୍ଟ ହୋଇଥିଲା। ଧୈର୍ଯ୍ୟର ସହ ଅର୍ଥଦାନ ପାଇଁ ନିବେଦନ ଆରମ୍ଭ କଲେ। ଅରବଙ୍କ ମହତ୍‌ ଚିନ୍ତାକୁ ଅନେକେ ପ୍ରଶଂସା କରିବା ସହ କିଛି କିଛି ଅର୍ଥ ଦାନ ଦେଲେ। ଏବେ ଅନ୍‌ଲାଇନ୍‌ରେ ସେ ନିଜ ଅଭିଯାନର ବାର୍ତ୍ତା ପ୍ରସାରିତ କରୁଛନ୍ତି। ଏହି କାମ ଦ୍ୱାରା ତାଙ୍କର ପଢ଼ା ପ୍ରଭାବିତ ହେଉନାହିଁ।