24 September 2017
10:43:15 AM
Sambad News
ବିଶେଷ

ଇଣ୍ଟରଭ୍ୟୁରେ ପ୍ୟାନେଲ୍‌ ମେମ୍ବରଙ୍କ ସାମ୍ନାରେ ଏହି ଭୁଲ କରନ୍ତୁ ନାହିଁ !

By Sambad | Date: Aug 18 2017 9:34AM
ଇଣ୍ଟରଭ୍ୟୁରେ ପ୍ୟାନେଲ୍‌  ମେମ୍ବରଙ୍କ ସାମ୍ନାରେ ଏହି ଭୁଲ କରନ୍ତୁ ନାହିଁ !

ଇଣ୍ଟରଭ୍ୟୁ ସମୟରେ କେତେକ ଛୋଟ ଛୋଟ କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆଉ ମନେ ରଖନ୍ତୁ ଏସବୁ ଭୁଲ୍‌ ଇଣ୍ଟରଭ୍ୟୁରେ ପ୍ୟାନେଲ୍‌  ମେମ୍ବରଙ୍କ ସାମ୍ନାରେ ଯେପରି ନ ହୁଏ।
 
ମଝିରେ କଥା କୁହନ୍ତୁ ନାହିଁ  : ଅଧିକାଂଶ  ଇଣ୍ଟରଭ୍ୟୁରେ  ଏକାଧିକ  ପ୍ୟାନେଲ୍‌  ମେମ୍ବର  ଥାଆନ୍ତି ।  ଏହି ମେମ୍ବରମାନେ  ଜଣକ ପରେ ଜଣେ  ପ୍ରଶ୍ନ ପଚାରି ଥାଆନ୍ତି । ସମସ୍ତଙ୍କର  ଉତ୍ତର ଦେବାକୁ ଆପଣ ବାଧ୍ୟ ।  କିନ୍ତୁ  ସବୁଠୁଁ  ଗୁରୁତ୍ୱପୂର୍ଣ୍ଣ କଥା ହେଲାଯେ  ମଝିରେ  ଅଯଥା କଥା କୁହନ୍ତୁ   ନାହିଁ । ଏପରି  କଲେ,  ଆପଣଙ୍କର ଇଂପ୍ରେସନ୍‌ ଖରାପ ହେବ । ସେମାନଙ୍କର  ଧାରଣା ହେବଯେ  ପ୍ରାର୍ଥୀ ଜଣକ ଶୃଙ୍ଖଳିତ ନୁହଁନ୍ତି କିମ୍ବା ଆଜ୍ଞାଧୀନ  ନୁହଁନ୍ତି ।
 
ଅଭିଯୋଗ  କିମ୍ବା ଯୁକ୍ତି କରନ୍ତୁ ନାହିଁ : ଇଣ୍ଟରଭ୍ୟୁ ସମୟରେ ଏକଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁଯେ ଆପଣ ଯେଉଁଠାରୁ ଚାକିରୀ ଛାଡିଆସିଛନ୍ତି କିମ୍ବା ଯେଉଁଠି  ଚାକିରି  କରିଛନ୍ତି, ସେହି ସଂସ୍ଥା ବିଷୟରେ  ଅଭିଯୋଗ ବାଢ଼ନ୍ତୁ ନାହିଁ ।  ଏପରିକି  ଯଦି  ଆପଣ ପୂର୍ବରୁ  କୌଣସି  ସଂସ୍ଥାରେ ଚାକିରି କରି ନାହାଁନ୍ତି ତେବେ  ଯେଉଁଠାରେ  କୋର୍ସ କରିଥିଲେ କିମ୍ବା  ଆପ୍ରେଣ୍ଟିସିପ୍‌ ନେଉଥିଲେ,  ସେହି ସଂସ୍ଥା ବା  ଶିକ୍ଷାନୁଷ୍ଠାନ ସଂପର୍କରେ  ଖରାପ  ଟିପ୍ପଣୀ ଦିଅନ୍ତୁ ନାହିଁ । କୌଣସି ପ୍ରସଙ୍ଗରେ  ଇଣ୍ଟରଭ୍ୟୁ ପ୍ୟାନେଲ୍‌  ମେମ୍ବରମାନଙ୍କ  ସହ ଆଦୌ ଯୁକ୍ତି  କରନ୍ତୁ ନାହିଁ ।  ଯେତିକି    ପଚାରଯାଇଛି କେବଳ ସେତିକି କହନ୍ତୁ ।  ହଁ  ‘ଇଣ୍ଟରଭ୍ୟୁ’ ସମାପ୍ତି ବେଳେ ଧନ୍ୟବାଦ ବା ଥ୍ୟାଙ୍କ ୟୁ କହିବାକୁ  ଯେପରି ନ ଭୁଲନ୍ତୁ ।
 

image