25 July 2017
6:14:28 PM
image
Sambad News
ବିଶେଷ

ଧନ ସମ୍ବନ୍ଧୀୟ କାର୍ଯ୍ୟରେ ବାଧା ଆସୁଛି କି? ଆପଣାନ୍ତୁ ଏହି ସବୁ ଉପାୟ!

By Sambad | Date: May 19 2017 6:18PM
ଧନ ସମ୍ବନ୍ଧୀୟ କାର୍ଯ୍ୟରେ ବାଧା ଆସୁଛି କି? ଆପଣାନ୍ତୁ ଏହି ସବୁ ଉପାୟ!
Photo : WordPress.com

ବହୁତ ଚେଷ୍ଟା କରିସରିଲା ପରେବି ଯଦି ଆପଣଙ୍କୁ ଧନ ସମ୍ବନ୍ଧୀୟ ସୁଖଟି ମିଳି ପାରୁନାହିଁ ;ତେବେ ଜାଣନ୍ତୁ ଯେ ଆପଣଙ୍କ କୁଣ୍ଡଳୀରେ କିଛି ଗ୍ରହଙ୍କର ସ୍ଥାନ ନେଇ ଦୋଷ ରହିଛି ! ଜ୍ୟୋତିଷଙ୍କ ଅନୁଯାୟୀ ଗ୍ରହଦୋଷ ଯୋଗୁଁ  ବ୍ୟକ୍ତିର କାର୍ଯ୍ୟରେ ସମସ୍ୟା ଆସିଥାଏ। ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ସୃଷ୍ଟି କରିଥାଏ। ଚାଲନ୍ତୁ ଜାଣିବା, କୁଣ୍ଡଳୀରେ ଗ୍ରହଦୋଷକୁ କମ୍‌ କରିବାକୁ ହେଲେ ଆପଣଙ୍କୁ ଜୀବନରେ କେଉଁ କେଉଁ ଉପାୟକୁ ଅବଲମ୍ବନ କରିବାକୁ ହେବ!
 
୧-ପ୍ରତ୍ୟେକ ମଙ୍ଗଳବାରକୁ ଆପଣ ଶିବଲିଙ୍ଗ ଉପରେ ମସୁରର ଡ଼ାଲି ଚଢ଼ାନ୍ତୁୁ। ଏହାସହିତ ଆପଣ -‘ଓମ୍‌ ଋଣମୁକ୍ତେଶ୍ୱରାୟ ନମଃ’ ମନ୍ତ୍ରକୁ ଜପ କରନ୍ତୁ।
୨-ଏଥିସହିତ ଶ୍ୱେତାର୍କ ଗଣପତିଙ୍କୁ ପ୍ରତ୍ୟେକ ବୁଧବାରରେ ଦୁବ ଘାସ ଚଢ଼ାନ୍ତୁ ଏବଂ ଗଣପତି ଅଥର୍ବଶୀର୍ଷକୁ ପାଠ କରନ୍ତୁ।
୩-ଏହି ଉପାୟକୁ ଅବଲମ୍ବନ କରିବା ସମୟରେ ଆପଣ କେବେ ବି ଆପଣଙ୍କର ଭଉଣୀ, ପିଉସୀ, ସ୍ତ୍ରୀ, ମାତା ଏବଂ ଅନ୍ୟ ମହିଳାଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ।
୪-ଏହାବ୍ୟତୀତ ଶନିଙ୍କ  ଦୋଷରୁ  ମୁକୁଳିବା ପାଇଁ ହେଲେ ଆପଣଙ୍କୁ ପ୍ରତ୍ୟେକ ଦିନ ହନୁମାନଙ୍କୁ ପୂଜା କରିବାକୁ ହେବ ଏବଂ ହନୁମାନଙ୍କ ଚାଳିଶା ମଧ୍ୟ  ପାଠ କରିବାକୁ ପଡ଼ିବ।
୫-ଏହାସହିତ ଆପଣ ପ୍ରତ୍ୟେକ  ଶନିବାରରେ ଶନିଙ୍କ ମଥାରେ  ତେଲ ଚଢ଼ାନ୍ତୁ। ଏଥିସହିତ ଆପଣ ପିନ୍ଧୁଥିବା କୌଣସି ଏକ ଚପଲର ଯୋଡ଼ାକୁ  କେହି ଜଣେ ଗରିବ ବ୍ୟକ୍ତିକୁ ଦାନରେ  ଦେଇ ଦିଅନ୍ତୁ।