23 February 2017
5:50:36 AM
Sambad News
ବିଶେଷ

ଆପଣଙ୍କ ଘରେ ଏସବୁ ଗଛ ନାହିଁ ତ! ଆସିପାରେ ସଙ୍କଟ !!

By Sambad | Date: Jan 11 2017 8:06AM
ଆପଣଙ୍କ ଘରେ ଏସବୁ ଗଛ ନାହିଁ ତ! ଆସିପାରେ ସଙ୍କଟ !!

ସମୟ ସମୟରେ ଘରେ ବିନା କାରଣରେ ସଙ୍କଟ ମାଡି ଆସିଥାଏ, ଯାହାର କାରଣ ସମ୍ପର୍କରେ ଆମେ ଜାଣି ନ ଥାଉ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ନିମ୍ନ ଲିଖିତ ବୃକ୍ଷକୁ ଅଶୁଭ ସଙ୍କେତ ବୋଲି ଧରାଯାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ...
 
* ଅନେକ ଘର ଭିତରେ ଓ ବାହାରରେ ସଉକରେ ନାଗଫେଣୀ ଗଛକୁ ଲଗାଇ ଥାଆନ୍ତି। ତେବେ ନାଗଫେଣୀ ସହିତ କଣ୍ଟାଜାତୀୟ ଗଛ ଘର ପାଇଁ ଅଶୁଭ ବୋଲି ଧରାଯାଇ ଥାଏ। ତେବେ ଗୋଲାପ ଗଛ ରଖାଯାଇପାରେ। 
 
*ବୋନସାଇ ଗଛ ଅନେକଙ୍କୁ ପସନ୍ଦ। ତେଣୁ ଏହି ଗଛକୁ କେତେକ କଲମି କରି ଘର ଭିତରେ ରଖୁ୍‌ଥିଲା ବେଳେ ଅନେକ ଏହାକୁ ଘର ଦ୍ୱାର ପାଖରେ ସଜାଇବା ପାଇଁ ରଖନ୍ତି। ତେବେ ଏହି ଗଛ ଘର ଉପରେ କୁପ୍ରଭାବ ପକାଇଥାଏ। 
 
* ସେହିପରି ଘର ପାରିପାର୍ଶ୍ୱରେ ଯଦି ତେନ୍ତୁଳି କିମ୍ବା ମେହେନ୍ଦି ବୃକ୍ଷ ଅଛି ତାହାକୁ ଓପାଡ଼ି ଦିଅନ୍ତୁ । ଯଦି ବିଶାଳ ବୃକ୍ଷ ରହିଛିି ଅଛି ତାକୁ କାଟି ଦିଅନ୍ତୁ। ଏହି ଗଛ ରହିବା ଦ୍ୱାରା ପରିବାରର ସଦସ୍ୟଙ୍କୁ ସବୁବେଳେ ରୋଗବୈରାଗ ମାଡି ବସିଥାଏ।
 
* ଅନେକ ଘର ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଗଛ ଲଗାଇ ଥାଆନ୍ତି। ସମୟସମୟରେ ଏହା ଶୁଖି ଯାଇଥିଲେ ବି କେହି ଏହାକୁ ବାହାର କରନ୍ତି ନାହିଁ। ଯାହାଫଳରେ ଏହାର କୁପ୍ରଭାବ ଘର ଓ ପରିବାରବର୍ଗଙ୍କ ଉପରେ ପଡ଼ିଥାଏ।
 
* ଘର ପରିସରରେ ବାବୁଲ ଓ କପା ବୃକ୍ଷ ଅଛି କି ? ମନେ ରଖନ୍ତୁ ଏହା ଅଯଥା ବିବାଦକୁ ଆଗମନ କରାଇ ଥାଏ।
 
* ଘରର ପୂର୍ବ ଓ ଉତ୍ତର ଦିଗରେ କୌଣସି ବୃକ୍ଷ ଲଗାନ୍ତୁ ନାହିଁ କିମ୍ବା ରଖନ୍ତୁ ନାହିଁ।