24 September 2017
10:38:40 AM
Sambad News
ବିଶେଷ

ମାଛଝୋଳରୁ ନିରାମିଷ ଥାଳି: ରାଷ୍ଟ୍ରପତି ଭବନରେ କ’ଣ ରନ୍ଧା ହେଉଛି କୋବିନ୍ଦଙ୍କ ପାଇଁ

By Sambad | Date: Aug 20 2017 11:37AM
ମାଛଝୋଳରୁ ନିରାମିଷ ଥାଳି: ରାଷ୍ଟ୍ରପତି ଭବନରେ କ’ଣ ରନ୍ଧା ହେଉଛି କୋବିନ୍ଦଙ୍କ ପାଇଁ
Photo Courtesy of HT

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ରୋଷଶାଳାରୁ ଆଉ ମାଛ ତରକାରି ବାସ୍ନା ଚହଟି ଆସୁନାହିଁ। ନୂଆ ରାଷ୍ଟ୍ରପତିଙ୍କ ରୁଚି ଅନୁସାରେ ଏବେ ସେଠାରେ ରନ୍ଧାବଢ଼ା ଚାଲିଛି।
 
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍ୱଳ୍ପାହାରି ହୋଇଥିବାରୁ ସାଦା ଏବଂ ମସଲା ରହିତ ଖାଦ୍ୟ ପରିବେଷଣ କରିବାକୁ ସେ କର୍ମଚାରୀମାନଙ୍କୁ କହିଛନ୍ତି।
 
ବିଶେଷସୂତ୍ରରୁ ପ୍ରକାଶ, ରାଷ୍ଟ୍ରପତିଙ୍କର କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟରେ ସରାଗ ନାହିଁ। ସେ ଭିନ୍ନ ଭିନ୍ନ ପରିବା ଖାଇବାକୁ ସୁଖ ପାଆନ୍ତି। କିନ୍ତୁ, ସବୁଥିରେ ଯଥା ସମ୍ଭବ କମ୍‌ ଲୁଣ ପଡ଼ିବା ଆବଶ୍ୟକ।
 
ପୂର୍ବତନ ରାଷ୍ଟ୍ରପତି ରୁଚି ଥିଲା ମାଛଝୋଳ, ମାଛ ଭଜା ଖାଇବାରେ। ଉଭୟ କୋବିନ୍ଦ ଏବଂ ମୁଖାର୍ଜୀଙ୍କ ରୁଚିରେ ସାମଞ୍ଜସ୍ୟ ଥିବା କଥାଟି ହେଉଛି: ମିଠା। ଉଭୟ ମିଠା ଖାଆନ୍ତି ନାହିଁ। 
 
ସମ୍ଭବତଃ ବିହାରରେ ରାଜ୍ୟପାଳ ଥିବା ସମୟରୁ କୋବିନ୍ଦ ଲିଟି-ଚୋଖା ଖାଇବାରେ ଆଗ୍ରହ ପ୍ରକାଶ କରିଆସୁଛନ୍ତି।
 
ରାଷ୍ଟ୍ରପତିଙ୍କ ରୋଷଶାଳା ଜଣେ ମୁଖ୍ୟ ପାଚକଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ମଧ୍ୟ ରାଷ୍ଟ୍ରପତି ଚାହିଁଲେ ନିଜେ ନିଜର ପାଚକ ଆଣିପାରିବେ।

image