20 July 2017
6:12:06 PM
image
Sambad News
ବିଶେଷ

ପ୍ରେମିକାର ରାଶି କ’ଣ ? ସେ ସ୍ୱାଭାବିକ ଭାବେ ଆକର୍ଷିତ କି?

By Sambad | Date: Jan 12 2017 8:17AM
ପ୍ରେମିକାର ରାଶି କ’ଣ ? ସେ ସ୍ୱାଭାବିକ ଭାବେ ଆକର୍ଷିତ କି?
Photo : Find Your Fate

ସାଧାରଣ ଭାବେ ରାଶିର ବୈଶିଷ୍ଟ୍ୟ ଅନୁଯାୟୀ ଗୋଟିଏ ରାଶିର ବ୍ୟକ୍ତି ଅନ୍ୟ ଏକ ରାଶି ପ୍ରତିି ଆକର୍ଷିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ରାଶିଗତ ତାଳମେଳ କଥା ବହୁ ଭାବେ ଆଲୋଚିତ। ଯଦି ଆପଣଙ୍କ ପ୍ରେମିକା ଅଥବା ପତ୍ନୀଙ୍କ ରାଶି ଓ ଆପଣଙ୍କ ରାଶି ମେଳ ଖାଉଥାଏ, ତେବେ ସଂପର୍କ ସବୁବେଳେ ମଧୁର ରହିବ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅନ୍ୟ କେଉଁ ରାଶି ପ୍ରତି ଅଧିକ ଆକର୍ଷିତ।

ମେଷ ରାଶି : ଏହି ରାଶିର ବ୍ୟକ୍ତି  ସାଧାରଣତଃ କର୍କଟ ରାଶିର ଲୋକଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏମାନଙ୍କୁ କର୍କଟ ରାଶିର  ଭାବୁକ ଏବଂ ସରଳ ସ୍ୱଭାବ  ଅତ୍ୟନ୍ତ ପସନ୍ଦ । 
ବୃଷ ରାଶି : ବୃଷ ରାଶିର ଲୋକ ସବୁଠୁ ଅଧିକ ସିଂହ ରାଶିର ଲୋକଙ୍କ  ପ୍ରତି ଆକର୍ଷିତ ହୋଇଥାନ୍ତି ।  ଏହି ରାଶିର ବ୍ୟକ୍ତି ସାଧାରଣତଃ ନିଜ ଦୁନିଆରେ  ରହିବାକୁ ପସନ୍ଦ କରନ୍ତି । ତେବେ ସିଂହ ରାଶିର  ବ୍ୟକ୍ତିଙ୍କ ସ୍ୱତନ୍ତ୍ର ଅନ୍ଦାଜ ହିଁ ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ଆକର୍ଷିତ କରିଥାଏ । 

ମିଥୁନ ରାଶି : ସାଧାରଣତଃ  ମିଥୁନ ରାଶିର ବ୍ୟକ୍ତି ଚାହିଁଲେ ମଧ୍ୟ ମୀନ ରାଶିର  ଲୋକଙ୍କ ପ୍ରତି ଥିବା ସେମାନଙ୍କର ଆକର୍ଷଣର ଭାବକୁ  କେବେ ବି  ଦୁରାଇପାରନ୍ତି  ନାହିଁ । ମୀନ ରାଶିର ବ୍ୟକ୍ତିଙ୍କ କଥା କହିବାର କୌଶଳ ହିଁ  ମିଥୁନ ରାଶିର ଲୋକଙ୍କୁ ତାଙ୍କ ନିକଟକୁ ଟାଣି ଆଣିଥାଏ ।
କର୍କଟ ରାଶି : ଏହି ରାଶିର ଲୋକ  କୁମ୍ଭ ରାଶିର ବ୍ୟକ୍ତିଙ୍କ  ପ୍ରତି  ଆକର୍ଷିତ ହୁଅନ୍ତି।  ଆଉ ଏହି ଆକର୍ଷଣର କାରଣ ମଧ୍ୟ  ଅଲଗା ।  ସାଧାରଣତଃ  କର୍କଟ ରାଶିର ଲୋକ ଅତ୍ୟନ୍ତ କୋମଳ ସ୍ୱଭାବର ହୋଇଥିଲେ ବି ଏମାନେ ନିଜଠାରୁ ଅଲଗା ସ୍ୱଭାବର  ଅର୍ଥାତ୍‌ ଅତ୍ୟନ୍ତ କଠୋର  ସ୍ୱାଭାବ ହୋଇଥିବା କୁମ୍ଭ  ରାଶିର  ବ୍ୟକ୍ତିଙ୍କୁ ପସନ୍ଦ  କରିଥାନ୍ତି । 
ସିଂହ ରାଶି : ସିଂହ ରାଶିର ବ୍ୟକ୍ତି କେବେ ବି ନିଜଠାରୁ ଅନ୍ୟକୁୂ ଶକ୍ତିଶାଳୀ  ମାନି ନଥାନ୍ତି । ତଥାପି  ଏମାନଙ୍କୁ କନ୍ୟା ରାଶିର ଲୋକଙ୍କର ବୁଝିବା ଶକ୍ତି  ଏବଂ ଜୀବନ ପ୍ରତି ଏମାନଙ୍କର ସହନଶୀଳ ଭାବ ହିିଁ  ଆକର୍ଷିତ କରିଥାଏ ।
କନ୍ୟା ରାଶି :  ଏହି ରାଶିର ଲୋକ  ନିଜର ଜୀବନକୁ ପର୍‌ଫେକ୍ଟ  ଲୋକଙ୍କ ଭଳି ଜିଇଁବାକୁ ଉଚିତ୍‌ ମନେ କରନ୍ତି ।ଏଥିପାଇଁ ଏମାନଙ୍କୁ ସେହି ରାଶିର ବ୍ୟକ୍ତି  ବହୁତ ପସନ୍ଦ ଆସନ୍ତି ,ଯେଉଁମାନେ କି  ଉଚିତ  ମାର୍ଗରେ ଜୀବନ ବିତାଇବାକୁ ଚାହାନ୍ତି ।  ଆଉ ଏହି କ୍ରମରେ  ଆସେ ତୁଳା ରାଶି ।  ଯେ କୈାଣସି  କାମ ହେଉନା କାହିଁକି  ସବୁ କାମରେ ବୁଦ୍ଧିମାନ ଏବଂ ତାଳମେଳର  ସହିତ  କାମ କରିବାର ପରାଙ୍ଗମତା  ପ୍ରାୟତଃ  ଏହି ରାଶିର ବ୍ୟକ୍ତଙ୍କୁ ଭଲ ଭାବରେ ଜଣାଥାଏ । 
ତୁଳା ରାଶି : ତୁଳା ରାଶିର ଲୋକଙ୍କୁ ମକର ରାଶିର ଲଗ୍ନ ଅନୁଯାୟୀ କାମ କରିବା ର ଅନ୍ଦାଜ୍‌ ବହୁତ ପସନ୍ଦ ଆସିଥାଏ । ଫଳରେ ତୁଳା ରାଶିର ବ୍ୟକ୍ତି ମକର ରାଶିର ବ୍ୟକ୍ତିଙ୍କ  ଯୋଗ୍ୟତାକୁ ଦେଖି ବେଶୀ ଆକର୍ଷିତ ହୋଇ ଯାଆନ୍ତି । 
ବିଛା ରାଶି : ଯେପରି ମିଥୁନ ରାଶିର ବ୍ୟକ୍ତିଙ୍କୁ  ବିଛା ରାଶି ଆକର୍ଷଣ କରିଥାଏ ,ସେହିପରି  ବିଛା ରାଶିର ଲୋକଙ୍କୁ ମଧ୍ୟ ବିଛା ଓ   ମିଥୁନ ରାଶିର ଲୋକଙ୍କ ପ୍ରତି ରୁଚି ରହିଥାଏ । ତେବେ ମିଥୁନ ରାଶିର  ଲୋକଙ୍କ ଭିତରେ ରହିଥିବା  କିଛି ଅଲଗା  ଅନ୍ଦାଜ  ହିଁ  ବିଛା ରାଶିର ଲୋକଙ୍କୁ  ସେମାନଙ୍କ ଆଡ଼କୁ ଢଳିବାକୁ ବାଧ୍ୟ କରିଥାଏ ।
ଧନୁ ରାଶି : ବିଛା ରାଶିର  ଲୋକଙ୍କ ମଧ୍ୟରେ ଦେଖା ଯାଉଥିବା  ଏକ ଖାସ୍‌  କଥା ହେଉଛି  ,ଏମାନଙ୍କ କଥାର  ଜୋସ୍‌  ହିଁ ଧନୁ ରାଶିର ବ୍ୟକ୍ତିଙ୍କୁ  ଏମାନଙ୍କ ଆଡ଼କୁ ଆକର୍ଷିତ କରିଥାଏ । 
ମକର ରାଶି : ମକର  ରାଶିର ବ୍ୟକ୍ତି ସାଧାରଣତଃ  ଧନୁ  ରାଶିର  ବ୍ୟକ୍ତିଙ୍କ  ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । କାହିଁକିନା ଧନୁ ରାଶିର ଖୁର୍‌ସାଣିଆ  ଅନ୍ଦାଜ୍‌ ଏମାନଙ୍କୁ  ପସନ୍ଦ ଆସିଥାଏ ।
କୁମ୍ଭ ରାଶି : ଅନ୍ୟମାନଙ୍କ ଠାରୁ  ସ୍ୱତନ୍ତ୍ର ଅନ୍ଦାଜର ହୋଇଥିବା  କୁମ୍ଭ ରାଶିର ଜାତକକୁ  ସାଧାରଣତଃ ବୃଷ ରାଶିର ଲୋକ ଅତ୍ୟନ୍ତ ପସନ୍ଦ ଆସିଥାନ୍ତି । କାହିଁକିନା ଏମାନେ ଅନ୍ୟକୁ ଦେଇଥିବା କଥାକୁ ସୂଚାରୁ ରୂପେ  ତୁଲାଇଥାନ୍ତି । ଆଉ ଯାହକୁ କି କୁମ୍ଭ ରାଶିର ବ୍ୟକ୍ତିଙ୍କୁ   ବହୁତ ଭଲ ଲାଗିଥାଏା   
ମୀନ ରାଶି : ମୀନ ରାଶିର ଲୋକଙ୍କୁ ସାଧାରଣତଃ ମେଷ ରାଶିର ଲୋକଙ୍କର  ସମସ୍ତ  ଜିନିଷ ଉପରେ ନିୟନ୍ତ୍ରଣ  କରିବାର ଅନ୍ଦାଜ୍‌  ବେଶୀ ଲୋଭାଇ ଥାଏ ।  ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଅଲଗା ବ୍ୟକ୍ତିତ୍ୱ  ହିଁ  ମୀନ ରାଶିର ବ୍ୟକ୍ତିଙ୍କୁ  ତାଙ୍କ ଆଡ଼କୁ ଆକର୍ଷଣ କରଇଥାଏ ।