30 May 2017
11:05:58 AM
image
Sambad News
ବିଶେଷ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଗୁଡ଼ି, ବାଣ ଓ ଜଳଖିଆ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି, ଜାଣନ୍ତୁ ମୋଦିଙ୍କ ପରିବାର ସମ୍ପର୍କରେ କିଛି...

By Sambad | Date: May 18 2017 5:46PM
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଗୁଡ଼ି, ବାଣ ଓ ଜଳଖିଆ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି, ଜାଣନ୍ତୁ ମୋଦିଙ୍କ ପରିବାର ସମ୍ପର୍କରେ କିଛି...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ରେଳ ଷ୍ଟେସନ୍‌ରେ ପିତାଙ୍କ ସହ ଚା’ ବ୍ୟବସାୟ କରୁଥବା ଖବର ବେଶ୍‌ ଚର୍ଚ୍ଚାର ପରିସରରରେ ରହିଥିଲା। ନିକଟ ଅତୀତରେ ନରେନ୍ଦ୍ର ମୋଦିଙ୍କ ମା’ଙ୍କୁ ଗଣମାଧ୍ୟମରେ ଅନେକ ଥର ଦେଖିବାକୁ ମଧ୍ୟ ମିଳଛି। ତେବେ ନରେନ୍ଦ୍ର ମୋଦିଙ୍କର ଘରେ ତାଙ୍କର ଅନ୍ୟ ଭାଇ ଓ ଉଉଣୀମାନେ ବି ଅଛନ୍ତି। ଯାହାଙ୍କ ସମ୍ପର୍କରେ ବହୁ କମ୍‌ ଲୋକ ଜାଣିଥିବେ। ତେବେ ମୋଦିଙ୍କ ପତାଙ୍କର ୫ଜଣ ଭାଇ ଥିଲେ। ସେମାନଙ୍କ ନାମ ହେଲା ନରସିଂହ ଦାସ, ନରୋତ୍ତମ ଦାସ, ଜଗଜୀନ ଦାସ, କାନ୍ତି ଲାଲ ଓ ଜୟନ୍ତି ଲାଲ। ମୋଦିଙ୍କ ପିତାଙ୍କ ଭାଇ କାନ୍ତି ଲାଲ ଓ ଜୟନ୍ତି ଲାଲ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଜୟନ୍ତି ଲାଲଙ୍କ କନ୍ୟା ଲିନା ବେନ୍‌ଙ୍କ ସ୍ୱାମୀ ବିଜୟନଗରରେ ଜଣେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି। 

ସେହିପରି ମୋଦିଙ୍କ ଅନ୍ୟ ଦୁଇଭାଇ ପାଖ ଗ୍ରାମରେ ବୁଲାବୁଲି କରି ସାମନ୍ୟ ରୋଜଗାର କରନ୍ତି। ଅରବିନ୍ଦ  ପାଖ ଗ୍ରାମରେ ବୁଲି ପୁରୁଣା ତେଲ ଡବାକୁ ସଂଗ୍ରହ କରି ବିକ୍ରି କରନ୍ତି।  ମୋଦିଙ୍କ ଅନ୍ୟ ଭାଇ ଅଶୋକ ବଡ଼ନଗର ଠାରେ ବାଣ, ଜଳଖିଆ ଓ ଗୁଡ଼ି ବିକ୍ରି କରନ୍ତି। ଅମ୍ରିତ ମୋଦି ଏକ ଘରୋଇ କମ୍ପାନିରେ ମେସିନ୍‌ ଅପରେଟର ଭାବେ କାମ କରୁଥିଲେ। ଏବେ ସେ ଅବସର ଗ୍ରହଣ କରି ସାରିଛନ୍ତି। ସୋମ୍‌ ମୋଦି ହେଉଛନ୍ତି ମୋଦିଙ୍କ ବଡ଼ ଭାଇ। ସେ ସ୍ୱାସ୍ଥ୍ୟବିଭାଗରୁ ଅବସର ନେବା ପରେ ବଡ଼ନଗର ଠାରେ ଏକ ବୃଦ୍ଧାଶ୍ରମ ଚଳାଉଛନ୍ତି। ପ୍ରହଲାଦ୍‌ ମୋଦି ଏକ ଫେୟାର ପ୍ରାଇସ୍‌ ସପ୍‌ର ମାଲିକ ଓ ଗୁଜୁରାଟର ଫେୟାର ପ୍ରାଇସ୍‌ ଓନର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ। ପଙ୍କଜରାଜ ମୋଦି ଗୁଜୁରାଟର ସୂଚନା ବିଭାଗରେ କାମ କରନ୍ତି। ମୋଦିଙ୍କ ଗୋଟିଏ ମାତ୍ର ଭଉଣୀ ଯାହାଙ୍କ ନାମ ହେଉଛି ବାସନ୍ତୀ। ବାସନ୍ତୀ ଜଣେ ଗୃହିଣୀ ତାଙ୍କ ସ୍ୱାମୀ ହସ୍‌ମୁଖ ଏଲଆଇସିରେ କାମ କରନ୍ତି। 

 

image