25 March 2017
3:18:08 AM
Sambad News
ବିଶେଷ

ପୌରାଣିକ ସମ୍ଭୋଗ: ସମ୍ଭୋଗ ନେଇ ନିଜ ଆଡୁ ପ୍ରସ୍ତାବ ଦେଉଥିଲେ ନାରୀ!

By Sambad | Date: Jan 12 2017 12:21PM
ପୌରାଣିକ ସମ୍ଭୋଗ: ସମ୍ଭୋଗ ନେଇ ନିଜ ଆଡୁ ପ୍ରସ୍ତାବ ଦେଉଥିଲେ ନାରୀ!

ସମୟେ ସମୟେ ଏପରି ମନେହୁଏ, ଆଧୁନିକ ସମାଜରେ ଲୋକଙ୍କର ସମ୍ଭୋଗ ପ୍ରତି ଆଗ୍ରହ ବୃଦ୍ଧି ପାଇ ଚାଲିଛି। ମାତ୍ର ଏହାର ଉତ୍ତର -ନା। ପୂରତନ କାଳରୁ ମଧ୍ୟ  ସମ୍ଭୋଗ ପ୍ରତି ଏକ ଭିନ୍ନ ଆଗ୍ରହ ରହିଥିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ସେ ସମୟରେ ମୁଖ୍ୟତଃ ନାରୀମାନେ ନିଜ ଆଡୁ ସମ୍ଭୋଗ ଉଚ୍ଛା ପ୍ରକାଶ କରିଥିବାର ବିଷୟ ଅନେକ ପ୍ରାଚୀନ ଗ୍ରନ୍ଥରେ ସନ୍ନିବେଶିତ ହୋଇଛି। ତେବେ ସେ ସଂପର୍କୀତ କିଛି ଚର୍ଚ୍ଚିତ ଆଖ୍ୟାନ ନିମ୍ନରେ ଆଲୋଚନା କରାଯାଇଛି।

 
- ସ୍ୱର୍ଗର ଅପସରୀମାନଙ୍କ ମଧ୍ୟରୁ ଉର୍ବଶୀ ଅନ୍ୟତମ। କଥା ଅଛି, ନାରୀଟିଏ ହେଲେ ବି ସେ ସମୟରୁ ଉର୍ବଶୀ ଅର୍ଜୁନଙ୍କ ସହ ସମ୍ଭୋଗ କରିବା ପାଇଁ ପ୍ରଥମେ ନିଜ ଆଡୁ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ ଯେ କେହି ପାଣ୍ଡବ ବଂଶଧର ମୋ ବଂଶୀୟଙ୍କ ସହ ସମ୍ଭୋଗ ସ୍ଥାପନ କରିବା ଧର୍ମଦ୍ରୋହୀ କାର୍ଯ୍ୟ ନୁହେଁ। ମାତ୍ର ଉର୍ବଶୀଙ୍କର ଏପରି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ କ୍ଷୁବ୍ଧ ଉର୍ବଶୀ ଅର୍ଜୁନଙ୍କୁ ନପୁଂସକ କହି ଗାଳି କରିଥିଲେ।
 
-ସେହିପରି ମହାଭାରତର ସର୍ପରାଜା କୌରବଙ୍କ କନ୍ୟା ଉଲୁପି ମଧ୍ୟ ଅର୍ଜୁନଙ୍କୁ ନିଜ ସହ ଏକ ରାତି ବିତାଇବାକୁ ଚାହିଁଥିଲେ। ସେ କହିଥିଲେ, ଜଣେ ଅବିବାହିତ ଝିଅର ସମ୍ଭୋଗ ଇଚ୍ଛା ପୂରଣ ନ କରୁଥିବା ପୁରୁଷ ପରୋକ୍ଷ ଭାବେ ନିଜ ଧର୍ମର ହତ୍ୟା କରେ।
 
-ଋଗ୍‌ ବେଦରେ ବର୍ଣ୍ଣିତ ଭାଇ-ଭଉଣୀ ୟାମ୍‌ ଏବଂ ୟାମୀଙ୍କ ଘଟଣା ମଧ୍ୟ ଖୁବ୍‌ ଚର୍ଚ୍ଚିତ। କଥା ରହିଛି ଭଉଣୀ ୟାମି କୁଆଡ଼େ ନିଜ ଆଡୁ ତାଙ୍କ ଭାଇ ୟାମ୍‌ଙ୍କୁ ତାଙ୍କ ସହ ସମ୍ଭୋଗ ପାଇଁ ବାଧ୍ୟ କରିଥିଲେ। ତାଙ୍କ ଭାଇ ପ୍ରତ୍ୟାଖାନ କରିବାରୁ ସେ କହିଥିଲେ, ଭଉଣୀକୁ ଖୁସି ରଖିବା ପ୍ରତ୍ୟେକ ଭାଇର କର୍ତ୍ତବ୍ୟ।
 
-ହରିବଂଶରେ ଆଲୋଚନା କରାଯାଇଛି ବଶିଷ୍ଠଙ୍କ କନ୍ୟା ଶତରୂପା ନିଜ ପିତାଙ୍କୁ ତାଙ୍କ ପତି ବୋଲି ଭାବି ତାଙ୍କ ସହ ସଂପର୍କ ସ୍ଥାପନ କରୁଥିଲେ। ଇନ୍ଦ୍ର ଦେବ ତାଙ୍କ ନାତୁଣୀ ବୋହୂ  ଭପୁସ୍ତମାଙ୍କ ସହ ବିଧିବଦ୍ଧ ଭାବେ ଶାରିରୀକ ସଂପର୍କ ରଖୁଥିଲେ।