24 May 2017
9:18:15 PM
image
Sambad News
ବିଶେଷ

ଜୋତା ଘର

By Sambad | Date: Jan 10 2017 1:36PM
ଜୋତା ଘର

ଟେକ୍‌ସାସ୍‌ ଅନ୍ତର୍ଗତ ହ୍ୟୁଷ୍ଟନ୍‌ରେ କାଓବୟ ବୁଟ୍‌ ଆକୃତିର ଘରଟିଏ ତିଆରିକରିଛନ୍ତି ସ୍ଥାନୀୟ ଶିଳ୍ପୀ ଡାନ୍‌ ଫିଲିପ୍‌ସ। ସେଥିରେ ରହିଛି ଦୁଇଟି ଶୟନ କକ୍ଷ ଓ ଗୋଟିଏ ଶୌଚାଳୟ। ‘ଦ ଓଲ୍‌ଡ ହୁ ଲିଭ୍‌ଡ ଇନ୍‌ ଏ ସୁ’ ନାନାବାୟା ଗୀତ ଦ୍ୱାରା ଅନୁପ୍ରାଣିତ ହୋଇ ଡାନ୍‌ ଏ ଭଳି ଘରଟିଏ ବନାଇବା ପାଇଁ ପଦକ୍ଷେପ ନେଇଥିଲେ। ଏହା ଦ୍ୱାରା ତାଙ୍କ ଶୈଶବର ସ୍ୱପ୍ନ ସାକାର ହୋଇଛି। ସେ ନିଜେ ରହିବା ପାଇଁ ନୁହେଁ ଭଡ଼ା ଦେବା ଲାଗି ଘରଟି ତିଆରିକରିଛନ୍ତି। ମାସିକ ଭଡ଼ା ଭାରତୀୟ ମୁଦ୍ରାରେ ପ୍ରାୟ ଏକ ଲକ୍ଷ ଟଙ୍କା। କାଉବୟ ବୁଟ୍‌ ଘର ପାଖରେ କାଓବୟ ହ୍ୟାଟ୍‌ ଘର ବନାଇବା ତାଙ୍କର ଆଗାମୀ ଲକ୍ଷ୍ୟ।

image