28 March 2017
6:01:39 AM
Sambad News
ବିଶେଷ

ସାପକୁ ଖାଇଲା ମାଙ୍କଡସା

ପ୍ରଥମଥର ପାଇଁ କ୍ୟାମେରାରେ କଏଦ ହେଲା ଏହି ଆଶ୍ଚର୍ଯ୍ୟ ଘଟଣା

By Sambad | Date: Jan 11 2017 1:15PM
ସାପକୁ ଖାଇଲା ମାଙ୍କଡସା

ବ୍ରାସିଲ୍‌: ବ୍ରାଜିଲ୍‌ର ଜୀବ ବିଜ୍ଞାନୀମାନେ ବଣ ଭିତରେ ଏକ ଗବେଷଣା କରୁଥିବ ବେଳେ ଆଶ୍ଚର୍ଯ୍ୟ ଘଟଣାକୁ ପ୍ରଥମ ଥର ପାଇଁ କ୍ୟାମେରାରେ କଏଦ କରିଛନ୍ତି। ଲାଇଭ୍‌ ସାଇନ୍ସରେ ପ୍ରକାଶିତ ଏକ ଫଟୋ ଓ ରିପୋର୍ଟରେ ଏକ ସାପକୁ ପୁଥିବୀର ବୃହତ ବୁଢିଆଣୀ ବା ମାଙ୍କଡସା ଟାରଣ୍ଟୁଲା’ ଏକ ସାପକୁ କାମୁଡ଼ି ଧରିବା ସହ ଖାଇବାର ଦୃଶ୍ୟକୁ କ୍ୟାମେରାରେ କଏଦ୍‌ କରିଛନ୍ତି। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବଡ଼ ବୁଢିଆଣୀ ଟାରଣ୍ଟୁଲା’ ସାପକୁ ଖାଉଥିବା ଦୃଶ୍ୟ ଅତ୍ୟନ୍ତ ବିରଳ ବୋଲି ରିପୋର୍ଟ ପ୍ରକାଶ ପାଇଛି।
 
ପ୍ରଥମ ଥର ପାଇଁ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ୍‌ କରାଯାଇଛି। ଏକ ମାଟି ସାପକୁ ଟାରଣ୍ଟୁଲା’ ଖାଉଥିବା ଜୀବ ବିଜ୍ଞାନୀମାନେ ଫଟୋ ଉଠାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ନିଜଠାରୁ ଏକ ବଡ଼ ସାପକୁ ଏହି ଟାରଣ୍ଟୁଲା’ଟି ଖାଉଛି। ଟାରଣ୍ଟୁଲା’ ବଡ଼ ପ୍ରଜାତିର ବୁଢ଼ିଆଣୀ ଓ ବିଷାକ୍ତ। ଦକ୍ଷିଣ ଆମେରିକାରେ ଏହି ପ୍ରଜାତିର ବୁଢିଆଣୀ ଦେଖାଯାଆନ୍ତି। ଏମାନେ ନିଜ ବୁଢିଆଣୀ ଜାଲରେ ପଡ଼ିଥଇବା ଛୋଟ ଛୋଟ କୀଟ ପତଙ୍ଗକୁ ଖାଇଥାଆନ୍ତି।
 
 
ଏହି ଟାରଣ୍ଟୁଲା’ ରହିଥିବା ପଥର ସନ୍ଧିରେ ସାପଟି ରହିଥିବାବେଳେ ଟାରଣ୍ଟୁଲା’ ନଜର ବିଷ ପ୍ରୟୋଗ କରି ତା ପରେ ସାପଟିକୁ ମାରିଦେଥିଲା। ସାପଟି ମରିଗଲା ପରେ ଟାରଣ୍ଟୁଲା’  ଏହାକୁ ଖାଇଥିବା ଜୀବ ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି।