30 March 2017
12:15:29 PM
Sambad News
ବିଶେଷ

ମୋବାଇଲ୍‌ରେ ବନ୍ଦ କରିହେବ ଗ୍ୟାସ ଚୁଲା: ବଢୁଛି ସ୍ମାର୍ଟ କ୍ନବର ଚାହିଦା

By Sambad | Date: Jan 10 2017 3:25PM
ମୋବାଇଲ୍‌ରେ ବନ୍ଦ କରିହେବ ଗ୍ୟାସ ଚୁଲା: ବଢୁଛି ସ୍ମାର୍ଟ କ୍ନବର ଚାହିଦା

ଗ୍ୟାସ ଚୁଲାରେ ବିଭିନ୍ନ ସମୟରେ କ୍ନବ ବନ୍ଦ  ନ କରିବା ଯୋଗୁଁ ଓ ବହୁତ ସମୟ କୌଣସି ଜିନିଷ ବସାଇବା ଯୋଗୁଁ ନିଆଁ ଲାଗିବାର ସମ୍ଭାବନା ରହିଛି। ଗ୍ୟାସ ଚୁଲାବନ୍ଦ ନ କରିବା ଯୋଗୁଁ କେବଳ ଆମେରିକାରେ ବାର୍ଷିକ ୩୪ହଜାର ୭୦୦ଟି ନିଆଁ ଲାଗିବା ଘଟଣା ରିପୋର୍ଟ ହେଉଛି।
 
ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେରିକାର ଇରିଭ୍‌ ରିଆକ୍ଟ ନାମକ କମ୍ପାନି  ଏକ ସ୍ମାର୍ଟ କ୍ନବ ତିଆରି କରିଛନ୍ତି। ଏହାର ନାମ ରିଆକ୍ଟ ରଖାଯାଇଛି। ଆପଣଙ୍କ ସ୍ମାର୍ଟ ଫୋନ୍‌ ଦ୍ୱାରା ଏହାକୁ ବନ୍ଦ କରିହେବ। କେବଳସେତିକି ନୁହେଁ ଟାଇମିଂ ଦେଲେ ଏହା ଅଟୋ ଅଫ୍‌ ହୋଇଯିବ। କେବଳ ସେତିକ ନୁହେଁ ଆପଣଙ୍କ ଛାତରେ ଏହି ସ୍ମାର୍ଟ କ୍ନବ ସହ ମିଳୁଥିବ ସେନସର୍‌କୁ ଲଗାଇଲେ ଆପଣ ଭୁଲ୍‌ରେ ଗ୍ୟାସ ଚୁଲାକୁ ବନ୍ଦ କରି ନଥିଲେ ପୋଡା ବାସ୍ନା ହେଲେ ଗ୍ୟାସ ଅପେ ଆପେ ବନ୍ଦ ହୋଇଯିବ।
 
 
କେବଳ ସେତିକ ନୁହେଁ ଦୂରରୁ କେତେ ତାପମାତ୍ରାରେ ଆପଣ ଖାଦ୍ୟ ରାନ୍ଦିବାକୁ ଚାହୁଁଛନ୍ତି ତାହା ମଧ୍ୟ ଏହି କ୍ନବ ଦ୍ୱାରା ପରିଚାଳନା କରିହେବ।