24 January 2017
10:34:07 AM
image
Sambad News
ବିଶେଷ

୨୩ ବର୍ଷ ପରେ ନିଜର ପୁରୁଣା ସହରକୁ ଫେରି କ’ଣ କ’ଣ କରିଥିଲେ ଗୁଗୁଲ୍‌ ସିଇଓ ?

By Sambad | Date: Jan 10 2017 6:05PM
୨୩ ବର୍ଷ ପରେ ନିଜର ପୁରୁଣା ସହରକୁ ଫେରି କ’ଣ କ’ଣ କରିଥିଲେ ଗୁଗୁଲ୍‌ ସିଇଓ ?

ନୁଆଦିଲ୍ଲୀ: ଦୀର୍ଘ ୨୩ ବର୍ଷ ପରେ ନିକଟରେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ଭାରତ ପରିଭ୍ରମଣରେ ଆସି ବିଭିନ୍ନ ସ୍ଥାନରେ ବୁଲିଛନ୍ତି। ୧୯୯୩ ମସିହାରେ ପିଚାଇ ଆଇଆଇଟି ଖଡଗପୁରରୁ ପାସ୍‌ ହୋଇ ବିଦେଶ ଯିବା ପରେ ପ୍ରଥମ କରି ଭାରତ ଆସି ଖୁବ୍‌ ଖୁସି ଥିବା ଜଣାପଡୁଛନ୍ତି ଏହି ଫଟୋଗୁଡ଼ିକରୁ। ସେ ତାଙ୍କର ଜଣେ ଅଫିସ୍‌ ସହଯୋଗୀଙ୍କୁ ଭେଟିବା ପାଇଁ ଖଡ଼ଗପୁର ଆସିଥିବା ଅବସରରେ ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିବାଦନ ଜଣାଇବା ସହ ନାନା ହସକୌତୁକ ମଧ୍ୟ କରିଥିଲେ।
 
ତେବେ, ଏତେ ଦିନ ପରେ ଭାରତ ଫେରି କ’ଣ ସବୁ କରିଛନ୍ତି ତାହା ନିମ୍ନରେ ଆଲୋଚନା କରାଯାଇଛି। 
 
-୨୩ ବର୍ଷ ପରେ ନିଜ କଲେଜ୍‌ କ୍ୟାମ୍ପସ୍‌ରେ ପାଦ ରଖିଥିଲେ ସୁନ୍ଦର ପିଚାଇ।
-କଲେଜ ନିକଟସ୍ଥ ଗୋକୁଲ୍‌ପୁର ଗ୍ରାମକୁ ବୁଲି ଯାଇଥିଲେ ସୁନ୍ଦର।
-ଖଡଗ୍‌ପୁରର ପହଞ୍ଚି ଛାତ୍ରଙ୍କ ସହ ପିଚାଇ ସେଲ୍‌ଫି ନେଇଥିଲେ।
-୨୦୧୫ରୁ ଘୋଷଣା କରାଯାଇଥିବା ସର୍ବଶ୍ରେଷ୍ଟ ପୂରାତନ ଛାତ୍ର ଭାବେ ସମ୍ମାନକୁ ପିଚାଇ ଆଇଆଇଟି ଖଡଗ୍‌ପୁରରୁ ଗ୍ରହଣ କରିଛନ୍ତି।
-ପିଚାଇଙ୍କୁ ଭେଟିବା ପାଇଁ ଜମିଥିଲା ଅଗଣିତ ଲୋକ ଭିଡ଼।
-ପଶ୍ଚିମ ବଙ୍ଗର ଗୋକୁଲ୍‌ପୁର୍‌ ଗ୍ରାମରେ ପହଞ୍ଚି କ୍ରିକେଟ୍‌ ଖେଳିଥିଲେ ସୁନ୍ଦର ପିଚାଇ।
- ଆଇଆଇଟି ଖଡଗ୍‌ପୁର୍‌ର କର୍ମଚାରୀଙ୍କ ସହ ଗ୍ରୁପ୍‌ ଫଟୋ ନେବା ପାଇଁ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।
-ଗୋକୁଲ୍‌ପୁର୍‌ ଗ୍ରାମରେ ମହିଳା ଶକ୍ତିକୁ ସମ୍ମାନ ଜଣାଇଛନ୍ତି ପିଚାଇ।
-ଗୁଗୁଲ୍‌ ଓ୍ଵାଇଫାଇ ଠିକ୍‌ ଭାବେ ଆସୁଛି କି ନାହିଁ ଖଡଗ୍‌ପୁର ଷ୍ଟେସନ୍‌ରେ ଛିଡ଼ା ହୋଇ ଓ୍ଵାଇଫାଇ ସର୍ଭିସ୍‌ ଟେଷ୍ଟ୍‍ କରିଥିଲେ ସେ।
-ଖଡ଼ଗ୍‌ପୁରରେ ଛାତ୍ର ଥିବା ବେଳେ ପିଚାଇ ରହୁଥିବା ୩୦୮ ନଂ ରୁମ୍‌ ଭିତରକୁ ଦୀର୍ଘ ୨୩ ବର୍ଷ ପରେ ପ୍ରବେଶ କରିଥିଲେ ବିଶ୍ୱର ଦ୍ୱିତୀୟ ବଡ଼ କମ୍ପାନିର ସିଇଓ ସୁନ୍ଦର ପିଚାଇ।