26 June 2017
12:39:58 AM
Sambad News
ବିଶେଷ

କୌଣସି ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ର ଆଡମିନ୍‌ ଅଛନ୍ତି କି? ହୋଇପାରେ ଜେଲ୍‌ଦଣ୍ଡ!

By Sambad | Date: Apr 21 2017 4:51PM
କୌଣସି ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ର ଆଡମିନ୍‌ ଅଛନ୍ତି କି? ହୋଇପାରେ ଜେଲ୍‌ଦଣ୍ଡ!

ନୂଆଦିଲ୍ଲୀ: ନିକଟରେ ଦେଶର କେତେକ ରାଜ୍ୟରେ ହ୍ଵାଟ୍‌ସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ହିଂସା ଖେଳେଇଥିବା ଅନେକ ବ୍ୟକ୍ତିଙ୍କ ବିଷୟରେ ତ ଆପଣ ଜାଣିଥିବେ। ହେଲେ, ଏଣିକି ମନ୍ଦ ଉଦ୍ଦେଶ୍ୟ ରଖି ଗ୍ରୁପ୍‌ ସୃଷ୍ଟି କରୁଥିବା ବ୍ୟକ୍ତି ଆଉ ସେମାନଙ୍କ ମନ୍ଦ ଉଦେଶ୍ୟକୁ ପୂରା କରିପାରିବେ ନାହିଁ। ଯଦି, ହ୍ଵାଟ୍‌ସଆପ୍‌ରେ କେହି ବ୍ୟକ୍ତି ହିଂସା ଖେଳାଇବାକୁ ଚେଷ୍ଟା କରେ ତେବେ, ଉଭୟ ହିଂସା ଖେଳାଉଥିବା ବ୍ୟକ୍ତି ସହିତ ଗୁପ୍‌ ଅଡ୍‌ମିନିଙ୍କୁ ବି ଜେଲ୍‌ ଦଣ୍ଡାଦେଶ ହୋଇପାରେ ବୋଲି ସୂଚନା ମିଳିଛି।
 
କେବଳ ଓଡ଼ିଶାରେ ନୁହେଁ, ରିପୋର୍ଟରୁ ପ୍ରକାଶ ପାଇଛି ଯେ ବାରଣାସୀର ଜିଲ୍ଲା ଅଧିକାରୀ ଯୋଗେଶ୍ୱର ରାମମିତ୍ରା ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀ ନିତିନ ଅଧିକାରୀ ମିଳିତ ଭାବେ ଏବେ ଏକ ଆଦେଶ ଜାରି କରିଛନ୍ତି। ଯଦି ହ୍ଵାଟ୍‌ସଆପ୍‌ରେ କେହି ବ୍ୟକ୍ତି ହିଂସା ଖେଳାଇବାକୁ ଚେଷ୍ଟା କରେ ତେବେ, ହିଂସା ଖେଳାଉଥିବା ବ୍ୟକ୍ତି ସହିତ ଗ୍ରୁପ୍‌ ଅଡ୍‌ମିନି ବି ଜେଲ୍‌ ଯିବେ।