29 March 2017
2:46:26 PM
Sambad News
ବିଶେଷ

ମକର, କୁମ୍ଭ ଓ ମୀନ ରାଶିର ପୁରୁଷ ଓ ନାରୀ ଏକଥା ଜାଣନ୍ତି କି?

By Sambad | Date: Jan 11 2017 7:04PM
ମକର, କୁମ୍ଭ  ଓ ମୀନ ରାଶିର ପୁରୁଷ ଓ ନାରୀ ଏକଥା ଜାଣନ୍ତି କି?

ରାଶି ଅନୁସାରେ ବ୍ୟକ୍ତିର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ। ସାମୁଦ୍ରିକ ବିଦ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିର ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ କଳାଜାଇ ଥିଲେ ତାହାକୁ ଆଧାର କରି ଜାଣିହେବ ସେ ବ୍ୟକ୍ତିର ସ୍ୱଭାବ କେମିତି। ଆସନ୍ତୁ ଜାଣିବା ମକର, କୁମ୍ଭ  ଓ ମୀନ ରାଶିର ବ୍ୟକ୍ତିଙ୍କ କେଉଁ ସ୍ଥାନରେ କଳାଜାଇ ଥିଲେ ତାଙ୍କର ସ୍ୱଭାବ କେମିତି ହୋଇଥାଏ। 
 
ମକର ରାଶି :
ଆଣ୍ଠୁରେ କଳାଜାଇ: ମକର ରାଶିର ବ୍ୟକ୍ତିର  ବାମ ଆଣ୍ଠୁରେ କଳାଜାଇ ଥିଲେ ବ୍ୟକ୍ତି କର୍ମ ବିମୁଖ ହୋଇ ସେଥିରୁ ଖସିବାକୁ ବାହାନା କାଢ଼େ। ଗୁଜୁରାଣ ମେଣ୍ଟାଇବା ପାଇଁ ଏମାନେ ପର ଉପରେ ନିର୍ଭର କରନ୍ତି। 
ଗୋଡ଼ରେ କଳାଜାଇ:ମକର ରାଶି ଗୋଡ଼ରେ କଳାଜାଇ ଥିଲେ ବ୍ୟକ୍ତି ଜୀବନ ଦୁର୍ଦ୍ଦଶାପୂର୍ଣ୍ଣ ହୋଇଥାଏ। ପରିଶ୍ରମର ଉପଯୁକ୍ତ ଫଳ ମିଳି ନ ଥାଏ। ମନରେ ନକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। 
 
କୁମ୍ଭ ରାଶି :
ବଳାରେ କଳାଜାଇ:କୁମ୍ଭ ରାଶିର ବ୍ୟକ୍ତିଙ୍କ ବଳାରେ କଳାଜାଇ ଥିଲେ ପୁରୁଷ ଭୀରୁ ହୋଇଥାଏ ଏବଂ ନାରୀ ଦୁଃସାହସୀ ହୋଇଥାଏ।
ଗୋଡ଼ରେ କଳାଜାଇ: କୁମ୍ଭ ରାଶିର ବ୍ୟକ୍ତିଙ୍କ ଗୋଡ଼ରେ କଳାଜାଇ ଥିଲେ ବ୍ୟକ୍ତି ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଅସୁବିଧା ଉପୁଜିଥାଏ। କିନ୍ତୁ, ଯେତେ ଅସୁବିଧା ପଡ଼ିଲେ ମଧ୍ୟ ବ୍ୟକ୍ତି ଏହାକୁ ଅତିକ୍ରମ କରିପାରେ। ଉପଯୁକ୍ତ ସମ୍ମାନ ଏବଂ ସୌଭାଗ୍ୟ ଅଭାବରୁ ମନରେ ନକାରାତ୍ମକ ଭାବନା ଆସିଥାଏ। 

ମୀନ ରାଶି :
ଗୋଇଠିରେ କଳାଜାଇ: ମୀନ ରାଶିର ବ୍ୟକ୍ତିର ଗୋଇଠିରେ କଳାଜାଇ ଥିଲେ ବ୍ୟକ୍ତି ରହସ୍ୟମୟ ଏବଂ ଆକର୍ଷଣୀୟ ହୋଇଥାଏ। କିନ୍ତୁ, ଅଭ୍ୟନ୍ତର ସ୍ୱଭାବରେ ଏମାନେ ଦୁଷ୍ଟ ହୋଇ ଥାଆନ୍ତି। 
ବୁଢ଼ା ଆଙ୍ଗୁଠିରେ କଳାଜାଇ: ଗୋଡ଼ ବୁଢ଼ା ଆଙ୍ଗୁଠିରେ କଳାଜାଇ ଥିବା ମୀନ ରାଶିର ବ୍ୟକ୍ତି ବିପୁଳ ଲୋକପ୍ରିୟତା, ପ୍ରସିଦ୍ଧି ଏବଂ ସମ୍ପଦ ପ୍ରାପ୍ତ କରେ। କିନ୍ତୁ, ଶେଷବେଳକୁ ଏସବୁରୁ ବାଣ୍ଟି ନେବାକୁ କେହି ନ ଥାଆନ୍ତି। ଲୋକ ଚକ୍ଷୁରେ ଏମାନେ ଆଦର୍ଶ ଜୀବନ ଏବଂ ସୁଖମୟ ବୈବାହିକ ଜୀବନ ଯାପନ କରୁଥିଲେ ହେଁ, ତାହା ବାସ୍ତବ ନୁହେଁ।