26 May 2017
10:17:01 PM
image
Sambad News
ଖେଳ

ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌: ଛତିଶଗଡ଼ ବାଳକ, ଦିଲ୍ଲୀ ବାଳିକା ବିଜେତା

By Sambad | Date: Jan 12 2017 12:40AM
ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌: ଛତିଶଗଡ଼ ବାଳକ, ଦିଲ୍ଲୀ ବାଳିକା ବିଜେତା

କଟକ: ଜାତୀୟ ଉପକନିଷ୍ଠ ସଫ୍‌ଟବଲ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ବାଳକ ବିଭାଗରେ ଛତିଶଗଡ଼ ୩-୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ବିଜେତା ହୋଇଛି। ମଧ୍ୟପ୍ରଦେଶ ତୃତୀୟରେ ରହିଛି। ସେହିପରି ବାଳିକା ଫାଇନାଲରେ ଦିଲ୍ଲୀ ୧୦-୯ରେ କେରଳକୁ ହରାଇ ବିଜେତା ହୋଇଥିଲା ବେଳେ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି। ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ଅଶୋକ କୁମାର ଶତପଥୀ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅତିରିକ୍ତ ପୁଲିସ ଡିଜି ସତ୍ୟଜିତ ମହାନ୍ତି, ସମାଜସେବୀ କିଶନଲାଲ ଅଗ୍ରଓ୍ଵାଲ  ଉପସ୍ଥିତ ଥିଲେ। ଭାରତୀୟ ସଫ୍‌ଟବଲ ମହାସଂଘର ସିଇଓ ପ୍ରବୀଣ ଆନ୍ନାଓକର, ଜାତୀୟ ପ୍ରତିଯୋଗିତାର ପରିଚାଳନା ଅଧ୍ୟକ୍ଷ ମହେନ୍ଦ୍ର ନାଥ ନାୟକ, ମୁଖ୍ୟ ଅମ୍ପାୟାର ଲକ୍ଷ୍ମଣ ସିଂହ ଗେହେଲୋଟ, ସଂଯୋଜକ ତପନ ସାହୁ, ପରିଚାଳନା ସଂପାଦକ ପ୍ରଦୀପ ପଟ୍ଟନାୟକ, ରାଜ୍ୟ ସଂଘ ଯୁଗ୍ମ ସଂପାଦକ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସଂଘ ତରଫରୁ ଶକ୍ତିରଂଜନ ମହାନ୍ତି, ହିମାଂଶୁ ଶେଖର ଜେନା, ସୌମିତ୍ର ହରିଚନ୍ଦନ, ବିଭୂଦତ୍ତ ରଥ, ଗୌତମ ବିଶ୍ୱାସ, ଅମୀୟ ଚାନ୍ଦ ସହଯୋଗ କରିଥିଲେ। 

 

image