26 June 2017
12:41:53 AM
Sambad News
ଖେଳ

ଦିବ୍ୟାଙ୍ଗଙ୍କୁ ଭେଟିଲେ କୋହଲି

By Sambad | Date: Apr 21 2017 12:45AM
ଦିବ୍ୟାଙ୍ଗଙ୍କୁ ଭେଟିଲେ କୋହଲି

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ବ୍ୟସ୍ତବହୁଳ ସୂଚୀରୁ ସମୟ ବାହାର କରି ଗୁରୁବାର ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ତାମାହାର’ର କେତେକ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ। ତାଙ୍କ ସହ ଆରସିବିର ସାଥୀ ଖେଳାଳି ସେନ୍‌ ଓ୍ଵାଟସନ୍‌ ଏବଂ ଏଭି ଡି’ଭିଲିୟର୍ସ ମଧ୍ୟ ଥିଲେ। କୋହଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ  ଦିବ୍ୟାଙ୍ଗଙ୍କୁ ଭେଟିବାର ଫଟୋ ପ୍ରକାଶ କରିଥିଲେ। ତମାହାର ୨୦୦୯ରେ ସ୍ଥାପିତ ହୋଇଥିଲା ବେଳେ  ସଂପ୍ରତି ଦିବ୍ୟାଙ୍ଗଙ୍କ ଥଇଥାନ ପାଇଁ କାର୍ଯ୍ୟ କରୁଛି। ଏହା ପୂର୍ବରୁ କୋହଲି ମଧ୍ୟ ‘ସ୍ମାଇଲ୍‌ ଫାଉଣ୍ଡେସନ୍‌’ ନାମକ ଏକ ସଂସ୍ଥା ସହ ମିଶି ବସ୍ତି ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ।