30 May 2017
11:05:21 AM
image
Sambad News
ଖେଳ

ଆଇସିସି ଟେଷ୍ଟ୍‌ ମାନ୍ୟତା: ଭାରତ ଶୀର୍ଷରେ ଅପରିବର୍ତିତ

By Sambad | Date: May 19 2017 2:49AM
ଆଇସିସି ଟେଷ୍ଟ୍‌ ମାନ୍ୟତା: ଭାରତ ଶୀର୍ଷରେ ଅପରିବର୍ତିତ

ଦୁବାଇ: ଭାରତୀୟ କ୍ରିକେଟ୍‌ ଦଳ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୧୨୩ ପଏଣ୍ଟ ସହ ଶୀର୍ଷରେ ଅପରିବର୍ତିିତ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା (୧୧୭) ୬ ପଏଣ୍ଟ ବ୍ୟବଧାନରେ ଦ୍ୱିତୀୟରେ ରହିଛି। ଅଷ୍ଟ୍ରେଲିଆ (୧୦୦) ୮ ପଏଣ୍ଟ ହରାଇଥିଲେ ମଧ୍ୟ ତୃତୀୟ ସ୍ଥାନ ବଜାୟ ରଖିଛି। ତେବେ ତୃତୀୟରୁ ସପ୍ତମ ସ୍ଥାନ ମଧ୍ୟରେ ମାତ୍ର ୯ ପଏଣ୍ଟର ବ୍ୟବଧାନ ରହିଛି। ଗୁରୁବାର ସାନି ପ୍ରକାଶିତ ମାନ୍ୟତା ତାଲିକାରେ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପଛକୁ ଇଂଲଣ୍ଡ (୯୯), ନ୍ୟୁଜିଲାଣ୍ଡ୍‌ (୯୭), ପାକିସ୍ତାନ (୯୩), ଶ୍ରୀଲଙ୍କା (୯୧), େଓ୍ଵଷ୍ଟଇଣ୍ଡିଜ୍‌ (୭୫), ବାଂଲାଦେଶ (୬୯) ଏବଂ ଜିମ୍ବାେଓ୍ଵ (୦) ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ପାଇଛନ୍ତି।

image