19 September 2017
4:58:04 PM
Sambad News
ଖେଳ

କ୍ରିକେଟର ଭୁବନେଶ୍ୱର କୁମାରଙ୍କ ସହ ଡେଟିଂ କରୁଥିବା ଏଇ ସୁନ୍ଦରୀ କିଏ ?

By Sambad | Date: May 19 2017 7:18PM
କ୍ରିକେଟର ଭୁବନେଶ୍ୱର କୁମାରଙ୍କ ସହ ଡେଟିଂ କରୁଥିବା ଏଇ ସୁନ୍ଦରୀ କିଏ ?

 ମୁମ୍ବାଇ : ଭାରତୀୟ ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର ଏବେ ଖବରରେ। ଏଥର ଅବଶ୍ୟ ସେ ଖେଳପଡ଼ିଆରେ ତାଙ୍କର ବୋଲିଂକୁ ନେଇ ନୁହେଁ, ବରଂ  ସେ ତାଙ୍କର ବ୍ୟକ୍ତିଗତ ଜୀବନର ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ନିକଟରେ ଭୁବନେଶ୍ୱର କୁମାର୍‌ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋକୁ ସେୟାର୍‌ କରିଛନ୍ତି। ଏହି ଫଟୋରେ କୌଣସି ଏକ ଦାମୀ ରେସ୍ତୋରାଁରେ ତାଙ୍କୁ ଜୁସ୍‌ ପିିଇବା ଦେଖିବାକୁ ମିଳୁଛି। ଆଉ ଏହି ଫଟୋର କ୍ୟାପ୍‌ସନ୍‌ ଦେଇ ସେ ଲେଖିଛନ୍ତି: ଡ଼ିନର୍‌ ଡ଼େଟସ୍‌ ଫୁଲ୍‌ ପିକ୍‌ ସୁନ୍‌। ଅର୍ଥାତ୍‌ ଡିନର ଡେଟ୍‌ର ସଂପୂର୍ଣ୍ଣ ଫଟୋ ଖୁବ୍‌ଶୀଘ୍ର ପୋଷ୍ଟ୍‍ କରାଯିବ। ତେବେ ଏହା ତାଙ୍କର ଫ୍ୟାନ୍‌ ଫଲୋୟର୍ସଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା କି କେଉଁ ସୁନ୍ଦରୀଙ୍କ ସହ ଭୁବନେଶ୍ୱର କୁମାର୍‌ ଡ଼େଟ୍‌ସ୍‌ରେ ଯାଇଥିଲେ?
      ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି। ଭୁବନେଶ୍ୱର କୁମାର୍‌ ଯେଉଁ ସୁନ୍ଦରୀଙ୍କ ସହ ଡେଟ୍‌ସ୍‌ରେ ଯାଇଥିଲେ, ସେ ହେଉଛନ୍ତି ତେଲୁଗୁ ନାୟିକା ଅନୁସ୍ମୃତି ସରକାର୍‌ । ତେବେ ଅନୁସ୍ମୃତି ଯେ କେବଳ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି  ତାହା ନୁହେଁ,  ବରଂ ସେ ଅନେକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଭୁବନେଶ୍ୱର କୁମାର ଓ ଅନୁଙ୍କ ସଂପର୍କ କେବଳ ବନ୍ଧୁତା ଭିତରେ ସୀମିତ ନା ଚକ୍କର ଆଗକୁ ବଢ଼ିଲାଣି ତାହା ଜାଣିବାକୁ ଏବେ ସମସ୍ତେ ଆଗ୍ରହୀ । 

image